Latest Odisha News

BREAKING NEWS

ଜଣେ ଯାତ୍ରୀଙ୍କୁ ନେଇ ବିମାନ କଲା ଉଡ଼ାଣ : କ୍ରୀଉ ମେମ୍ବର ତାଙ୍କୁ ରାଜା ପରି କଲେ ସ୍ୱାଗତ

ବ୍ରିଟେନ: ଆଜିକାଲି ବିମାନ ଯୋଗେ ଯାତ୍ରା କରିବା ବସ୍ ଏବଂ ଟ୍ରେନରେ ଯାତ୍ରା କରିବା ସହିତ ସମାନ । ଦେଶ ତଥା ବିଶ୍ୱରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ବିମାନରେ ଯାତ୍ରା କରିଥାନ୍ତି । ଫ୍ଲାଇଟ୍‌ରେ ଯାତ୍ରା ସୁରକ୍ଷିତ ଭାବି ଲୋକେ ଏଥିରେ ଯିବାକୁ ପସନ୍ଦ କରୁଛନ୍ତି । ସେଥିପାଇଁ ଲୋକମାନେ ଚାହୁଁଥିବା ସିଟ୍ ପାଇଁ ଅତିରିକ୍ତ ଟଙ୍କା ମଧ୍ୟ ଦେବାକୁ ପଛାନ୍ତିନାହିଁ । କିନ୍ତୁ ନିକଟରେ ବ୍ରିଟେନରେ ଏକ ଫ୍ଲାଇଟ୍ ଜଣେ ମାତ୍ର ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଛି । ଏହା କିପରି ହେଲା? ଆସନ୍ତୁ ଜାଣିବା ।

ପଲ୍ ୱିଲକିସନ ନାମକ ଜଣେ ବ୍ୟକ୍ତିଙ୍କୁ ଲଙ୍କାସେୟାରରୁ ପର୍ତ୍ତୁଗାଲ୍ ଯିବାର ଥିଲା । ସେ ନିର୍ଦ୍ଧାରିତ ସମୟରେ ଏୟାରପୋର୍ଟରେ ପହଞ୍ôଚଲେ । କିନ୍ତୁ ବୋର୍ଡିଂ ପାସ କରିବା ପରେ ସେ ଜାଣିବାକୁ ପାଇଲେ ଯେ, ସେ ଯେଉଁ ବିମାନରେ ଯାଉଛନ୍ତି ସେଥିରେ ଅନ୍ୟ କୌଣସି ଯାତ୍ରୀ ନାହାନ୍ତି । ଏହା ଜାଣିବା ପରେ ସେ ଭୟଭୀତ ହୋଇପଡ଼ିଲେ । ସେ ଭାବିଥିଲେ ଯେ ବିମାନଟି ବାତିଲ ହୋଇଯାଇପାରେ । ବାରବାର କର୍ମଚାରୀମାନଙ୍କୁ ସମାନ ପ୍ରଶ୍ନ ପଚାରି ଥିଲେ । କର୍ମଚାରୀଙ୍କ ଉତ୍ତର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ । ବୋର୍ଡିଂ କର୍ମଚାରୀ କହିଛନ୍ତି, ତୁମେ ଆମର ଭିଆଇପି ଅତିଥି, କାରଣ ଏହି ବିମାନରେ ତୁମ ବ୍ୟତୀତ ଅନ୍ୟ କୌଣସି ଯାତ୍ରୀ ନାହାଁନ୍ତି ।
ପଲ୍ କହିଛନ୍ତି ଯେ, ମୁଁ ବିମାନକୁ ଡ଼ବଲ ଶଟଲ ବସରେ ଗଲି । ସେଠାରେ ବିମାନର କ୍ରୀଉ ସଦସ୍ୟମାନେ ମୋତେ ରାଜାଙ୍କ ପରି ସ୍ୱାଗତ କଲେ । ଟେକ୍ ଅଫ୍ ପୂର୍ବରୁ ନିଜେ ପାଇଲଟ୍ ମଧ୍ୟ ମୋ ସହ ଆସି କଥା ହେଲେ । ସମସ୍ତେ ମୋ ସହ ସେଲଫି ମଧ୍ୟ ନେଲେ । ଏପରି ଦେଖି ମୋତେ ଲାଗୁଥିଲା ଯେପରି ମୁଁ ମୋର ବ୍ୟକ୍ତିଗତ ଜେଟରେ ଯାତ୍ରା କରୁଛି । ଏତେ ସମ୍ମାନ ପାଇଛି ଯାହା କଳ୍ପନା ବାହାରେ । ମୋତେ ସ୍ୱାଗତ କରିବା ପାଇଁ ୩ କ୍ରୀଉ ସଦସ୍ୟ ଉପସ୍ଥିତ ଥିଲେ ।

ଯଦି ଆପଣ ଲଙ୍କାଶାୟରରୁ ପର୍ତ୍ତୁଗାଲକୁ ଏକ ଘରୋଇ ବିମାନ ନିଅନ୍ତି, ତେବେ ଏହାର ଭଡା ପ୍ରାୟ ୨୮,୦୦୦ ପାଉଣ୍ଡ ଅଟେ । କିନ୍ତୁ ପଲ୍ ଏହି ୩ ଘଣ୍ଟିଆ ବିମାନ ପାଇଁ ମାତ୍ର ୧୩୦ ପାଉଣ୍ଡ ଖର୍ଚ୍ଚ କରିଛନ୍ତି । ତାଙ୍କୁ ସ୍ୱାଗତ କରିବାକୁ ତିନିଜଣ କ୍ରୀଉ ସଦସ୍ୟ ଉପସ୍ଥିତ ଥିଲେ । ପଲ୍ ପହଞ୍ଚିବା ପରେ କ୍ରୀଉ ସଦସ୍ୟମାନେ ତାଙ୍କୁ ଦେଖି ହସୁଥିଲେ । ତାଙ୍କୁ ରାଜା ପଲ୍ ବୋଲି ଡାକୁଥିଲେ । ତାଙ୍କୁ ଲାଗୁଥିଲା ଏହି ବିମାନ ସମ୍ପୂର୍ଣ୍ଣ ତାଙ୍କର । ମୁଁ ଯାହା ଚାହିଁବି ମାଗିପାରିବି । ପରେ ସେ ଥଟ୍ଟା କରି ତାଙ୍କ ସିଟ୍‌ର ରିଫଣ୍ଡ ମାଗିଲେ । କର୍ମଚାରୀମାନେ କହିଲେ ଯେ, ଆପଣ ୨୮୦୦୦ ପାଉଣ୍ଡ ଦେବା ଉଚିତ୍ । ଏହାର କାରଣ ବର୍ଣ୍ଣନା କରି ଜେଟ ୨ ମୁଖପାତ୍ର କହିଛନ୍ତି, “ପଲ୍‌୍ ଆମର ପୁରସ୍କାର ପ୍ରାପ୍ତ ଗ୍ରାହକ । ସେ ଏହି ବିଶେଷ ସେବା ପାଇବାରେ ସକ୍ଷମ ହୋଇଥିବାରୁ ଆମେ ଆନନ୍ଦିତ । ଏହି ଦିନ ବିମାନରେ ଯିବା ପାଇଁ କୌଣସି ଯାତ୍ରୀ ନାହାନ୍ତି । ତେଣୁ ତାଙ୍କୁ ଏପରି ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.