Latest Odisha News

BREAKING NEWS

କର୍ଣ୍ଣାଟକ ନିର୍ବାଚନ; ଟିକେଟ୍ ଦେଲାନି ବିଜେପି, ହାତ ଧରିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗଳୁରୁ: କର୍ଣ୍ଣାଟକ ବିଜେପିରେ ଟିକେଟ କନ୍ଦଳ ତେଜିବାରେ ଲାଗିଛି । ବିଜେପି ଟିକେଟ୍ ନ ଦେବାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି ଦଳ ଛାଡ଼ିବା ସହ କଂଗ୍ରେସରେ ସାମିଲ୍ ହୋଇଛନ୍ତି । ମେ ୧୦ରେ ମତଦାନ ପୂର୍ବରୁ ସାଭଦି ବିଜେପି ଛାଡ଼ି କଂଗ୍ରେସ ଶିବିରରେ ମିଶିବା ପରେ ଦଳ ତାଙ୍କୁ ବେଲଗାଭି ଜିଲ୍ଲାର ଅଠାନି ଆସନରୁ ପ୍ରାର୍ଥୀ କରିପାରେ ।

ଲକ୍ଷ୍ମଣ ସାଭଦିଙ୍କୁ କଂଗ୍ରେସକୁ ସ୍ୱାଗତ କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି. ଶିବକୁମାରଙ୍କ ସହ ବିରୋଧୀ ଦଳ ନେତା ସିଦ୍ଦରମୈୟା ଓ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଦଳର କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ରଣଦୀପ ସିଂ ସୁରେଜୱାଲା ।

ତେବେ ସାଭଦି ଦଳ ଛାଡ଼ିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ । କହିଛନ୍ତି, ‘ବେଳେବେଳେ ରାଜନୈତିକ ସ୍ଥିତି ଉପୁଜେ । ସେ ହୁଏତ କଂଗ୍ରେସରେ ତାଙ୍କ ରାଜନୈତିକ ଭବିଷ୍ୟତ ଦେଖିଥିବେ । ଆମେ ଆମ କାମ ଦଳରେ କରିବୁ ।‘

ଲକ୍ଷ୍ମଣ ସାଭଦି ଅଠାନି ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଜେପି ଟିକେଟ୍ ନ ଦେବାରୁ ସେ ଦଳ ଛାଡ଼ିଥିଲେ । ଏବେ କଂଗ୍ରେସରେ ଯୋଗ ଦେବା ପରେ ସାଭଗି କହିଛନ୍ତି, ‘୨୦୧୯ରେ ସେ ଉପମୁଖ୍ୟମନ୍ତ୍ରୀ ପଦ ମାଗି ନଥିଲେ । ତାଙ୍କୁ ଦଳ ଦେଇଥିଲା ଏବଂ ଅଚାନକ କିଛି ନ ଜଣାଇ ଉପମୁଖ୍ୟମନ୍ତ୍ରୀ ପଦରୁ କାଢ଼ି ନିଆଯାଇଥିଲା ।’ ଯାହାକୁ ନେଇ ଅପମାନିତ ହୋଇଥିବା କହିଛନ୍ତି ସାଭଦି ।

Leave A Reply

Your email address will not be published.