Latest Odisha News

BREAKING NEWS

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ଓ ପୋଲିସ ଧସ୍ତାଧସ୍ତି

ସମ୍ବଲପୁର : ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଚେରି ଛକରେ ଓକିଲଙ୍କ ଆନ୍ଦୋଳନ । ଏହି ଆନ୍ଦୋଳନ ବେଳେ ପୁଲିସ୍‌-ଓକିଲ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓକିଲଙ୍କ ଟେଣ୍ଟ ଉପାଡ଼ି ଫିଙ୍ଗି ଦେଇଛି ପୁଲିସ୍‌ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି  ।

ତେବେ ଦୀର୍ଘଦିନ ଧରି ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର କଚେରି ଛକରେ ଓକିଲମାନେ ଆନ୍ଦୋଳନ କରି ଆସୁଥିଲେ  । ପ୍ରତି ବୁଧବାର ଦିନ କୋର୍ଟ କାର୍ଯ୍ୟ ବନ୍ଦ କରି ଆନ୍ଦାଳନରେ ବସିଥାନ୍ତି  । ଏପରିକି ବିଚାରପତିଙ୍କୁ ମଧ୍ୟ କୋର୍ଟକୁ ଆସିବାକୁ ଦେଇ ନଥାନ୍ତି  । ଏହାପରେ କୋର୍ଟ କାର୍ଯ୍ୟ ବନ୍ଦ ହେଉଥିବାରୁ ସୁପ୍ରିମକୋର୍ଟ କିଛିଦିନ ତଳେ ଏହାକୁ ତୀବ୍ର ନିନ୍ଦା କରିବା ସହ ବାର କାଉନସିଲ ଉପରେ ବର୍ଷିଥିଲେ  । ଏଥିସହ ଆନ୍ଦୋଳନ ପ୍ରତ୍ୟାହୃତ ନକରିଲେ ଓକିଲଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ  ।

Leave A Reply

Your email address will not be published.