Latest Odisha News

ଟୋକିଓରେ ରହୁଛନ୍ତି ଚୀନର ସବୁଠାରୁ ବଡ ବ୍ୟବସାୟୀ ଜ୍ୟାକ ମା !

ବେଜିଂ: ଚୀନର ଇ କମର୍ସ କମ୍ପାନୀ ଆଲିବାବାର ଫାଉଣ୍ଡର ଜ୍ୟାକ ମା ଏବେ ଜାପାନର ଟୋକିଓ ସହରରେ ରହୁଥିବା ଖବର ପ୍ରକାଶ ପାଇଛି । ଆମେରିକାର ଫାଇନାନ୍ସିଆଲ ଟାଇମ୍ସରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସମସ୍ତେ ଚକିତ ହୋଇ ପଡିଛନ୍ତି । ଟୋକିଓରେ ସେ ଅତି ସାଧାରଣ ଭାବେ ଜୀବନ ଯାପନ କରୁଛନ୍ତି । ଚୀନକରି ଲୁଚିକରି ଆସିବା ବେଳେ ସେ ତାଙ୍କ ସାଙ୍ଗରେ ବିଶ୍ୱସ୍ତ କିଛି କର୍ମଚାରୀଙ୍କୁ ନେଇ ଆସିଥିଲେ । ସେଠାରେ ଚିତ୍ର ଆଙ୍କି ଓ ଘରେ ରହି ସେ ତାଙ୍କ ସମୟ କାଟୁଛନ୍ତି । ୨୪ ଅକ୍ଟୋବର ୨୦୨୦ରେ ଏକ ବୈଠକ ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ମା’ଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ସେ ଚୀନ ବ୍ୟାଙ୍କର କାର୍ଯ୍ୟକଳାପ ନେଇ ପ୍ରଶ୍ନ ଉଠାଇଥିଲେ । ବାସ ଏହା ପରେ ତାଙ୍କ ପ୍ରତି ଦମନ ନୀତି ଆପଣାଇଥିଲେ ଜିନ ପିଙ୍ଗ ।

୩୭ ବିଲିୟନ ଡଲାରର ଆଇପିଓ ରୋକି ଦେଇଥିଲେ । ଏହା ବ୍ୟତୀତ କମ୍ପାନୀ ଉପରେ ୨.୮ ବିଲିୟନ ଡଲାର ଆଂଟି ଟ୍ରଷ୍ଟ ଫାଇନ ମଧ୍ୟ ଲଗା ଯାଇଥିଲା । ମାଙ୍କୁ ମାରିବା ପାଇଁ ଚୀନ ସରକାର ଉଦ୍ୟମ କରୁଥିବା ଖବର ପ୍ରକାଶ ପାଇଥିଲା । ପୂର୍ବରୁ ସ୍ପେନ ଓ ନେଦରଲାଣ୍ଡରେ ମଧ୍ୟ ମାଙ୍କୁ ରହୁଥିବା ଖବର ଆସିଥିଲା । ଏ ପର୍ଯ୍ୟନ୍ତ ଏହି ଖବରର ସତ୍ୟତା ଜଣାପଡି ନାହିଁ । ଚୀନ ସରକାର, ଜାପାନ ସରକାର କିମ୍ବା ମାଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ ।

Leave A Reply

Your email address will not be published.