Latest Odisha News

BREAKING NEWS

୨୦୩୫ ସୁଦ୍ଧା ୧୫୦୦ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିବ ଚୀନ

ୱାଶିଂଟନ:ସାମରିକ ଶକ୍ତି ବୃଦ୍ଧି ପାଇଁ ଲାଗି ପଡ଼ିଛି ଚୀନ । ୨୦୩୫ ସୁଦ୍ଧା ପାଖାପାଖି ୧୫୦୦ ପରମାଣୁ ହତିଆର ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ଏଭଳି କିଛି ଆଶଙ୍କା କରିଛି ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ । ଏବେ ଚୀନ ଅସ୍ତ୍ରଭଣ୍ଡାରରେ ୪୦୦ରୁ ଅଧିକ ପରମାଣୁ ହତିଆାର ରହିଛି । ଏ ସଂକ୍ରାନ୍ତ ଏକ ରିପୋର୍ଟ ମଙ୍ଗଳବାର ଆମେରିକା କଂଗ୍ରେସରେ ପେଣ୍ଟାଗନ ପକ୍ଷରୁ ଉପସ୍ଥାପିତ କରାଯାଇଛି । ରିପୋର୍ଟରେ ଆହୁରି କୁହାଯାଇଛି, ଆସନ୍ତା ଦଶକରେ ନିଜ ସାମରିକ ଶକ୍ତିର ଆଧୁନିକୀକରଣ କରିବା, ଅସ୍ତ୍ରଶସ୍ତ୍ରର ସଂଖ୍ୟା ବୃଦ୍ଧି ପାଇଁ ବେଜିଂ ଲକ୍ଷ୍ୟ ରଖିଛି ।

ପେଣ୍ଟାଗନ ରିପୋର୍ଟରେ ଆହୁରି କୁହାଯାଇଛି, ଚୀନ ସ୍ଥଳ, ସମୁଦ୍ର ଏବଂ ଆକାଶରେ ପରମାଣୁ ଅସ୍ତ୍ରର ସଫଳ ପ୍ରୟୋଗ କିପରି କରିବ ସେଥି ନେଇ ନିରନ୍ତର ଉଦ୍ୟମ ଜାରି ରଖିଛି । ୨୦୨୧ରେ ବେଜିଂ ତାର ପରମାଣୁ ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛି । ୨୦୩୫ ସୁଦ୍ଧା ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖିଛ ।

ଯଦି ଏହି ଧାରାଲାଗି ରୁହେ, ତେବେ ୨୦୩୫ ବେଳକୁ ଚୀନ ଅସ୍ତ୍ରାଗାରରେ ୧୫୦୦ରୁ ଅଧିକ ପରମାଣୁ ହତିଆର ଠୁଳ ହୋଇ ସାରିଥିବ ବୋଲି ପେଣ୍ଟାଗନ କହିଛି । ଅନ୍ତର୍ଜାତୀୟ ସ୍ତରରେ ଜାତୀୟ ଶକ୍ତିର ବୃଦ୍ଧି ଏବଂ ବିସ୍ତାର କରିବା ପାଇଁ ଏହା ହେଉଛି ଚୀନର ଏକ ରଣନୀତି ବୋଲି ଜଣେ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.