Latest Odisha News

BREAKING NEWS

ତାଲିବାନ ସହ ଆର୍‌ଏସ୍‌ଏସ୍‌ର ତୁଳନା ଜାଭେଦଙ୍କୁ ପଡ଼ିଲା ମହଙ୍ଗା, କ୍ଷମା ନମାଗିଲେ…

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନକୁ ତାଲିବାନ ସହିତ ତୁଳନା କରିବା ନେଇ ଗୀତିକାର ଜାଭେଦ ଅଖତରଙ୍କ ଅଡୁଆ ବଢିବାରେ ଲାଗିଛି। ଆରଏସଏସ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଜଣେ ଓକିଲ ଜାଭେଦ ଅଖତରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହାସହ ତାଙ୍କୁ କ୍ଷମା ମାଗିବାକୁ ମଧ୍ୟ କୁହାଯାଇଛି।

ବୁଧବାର ମୁମ୍ବାଇର ଜଣେ ଓକିଲ ଗୀତିକାର ଜାଭେଦ୍ ଅଖତରଙ୍କୁ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ବିରୋଧରେ ମିଥ୍ୟା ତଥା ବଦ୍‌ନାମ କଲା ଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଏକ ଆଇନଗତ ନୋଟିସ ପଠାଇଛନ୍ତି ଏବଂ ଏଥିପାଇଁ କ୍ଷମା ମାଗିବାକୁ କହିଛନ୍ତି।

ଓକିଲ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଜାଭେଦ ଅଖତର ଏକ ‘ସର୍ତ୍ତମୂଳକ ଲିଖିତ କ୍ଷମା ପ୍ରାର୍ଥନା’ ଦେବାରେ ବିଫଳ ହୁଅନ୍ତି ଏବଂ ନିଜ ବିବାଦୀୟ ମନ୍ତବ୍ୟ ପ୍ରତ୍ୟାହାର ନକରନ୍ତି ତେବେ ତାଙ୍କୁ ୧୦୦ କୋଟି କ୍ଷତିପୂରଣ ସାଙ୍ଗକୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ। ଉଲ୍ଲେଖ ଥାଉ କି ଜାଭେଦ୍ ଅଖତର ଆରଏସଏସ ଏବଂ ବିଏଚପିକୁ ତାଲିବାନ ସହିତ ତୁଳନା କରିଥିଲେ।

Comments are closed.