Latest Odisha News

BREAKING NEWS

କଳା ବ୍ୟାଚ ପିନ୍ଧି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଓକିଲ

ଢେଙ୍କାନାଳ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କଳା ବ୍ୟାଚ ପରିଧାନ କରି ଧାରଣାରେ ବସିଛନ୍ତି କାମାକ୍ଷାନଗର ଓକିଲ ସଂଘର ଶତାଧିକ ଓକିଲ। ଗତ ମାସ ୨୮ ତାରିଖ ଦିନ ଏକ ରେଷ୍ଟୁରାଣ୍ଟରେ ଓକିଲ ଶଶଧର ମହାନ୍ତିଙ୍କୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଭାବେ ସେ ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି। ଏନେଇ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅଭିଯୁକ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଧାରଣାରେ ବସିଛନ୍ତି ଶାତାଧିକ ଓକିଲ।

ସୂଚନା ଅନୁସାରେ ଅଭିଯୁକ୍ତମାନଙ୍କୁ ଗିରଫ ପ୍ରତିବାଦରେ କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଚଳିତ ମାସ ୧୩ ତାରିଖ ଦିନ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ କରାଯାଇଥିଲା। ଏନେଇ ୧୪ ତାରିଖ ଦିନ ଉପଜିଲ୍ଲାପାଳଙ୍କୁ ଓକିଲ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଦାବିପତ୍ର ପ୍ରଦାନର ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି।

ଯାହାକୁ ନେଇ କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କଳା ବ୍ୟାଚ ପିନ୍ଧିବା ସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ଏଥିସହିତ ଓକିଲମାନେ କୋର୍ଟ ବର୍ଜନ କରିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.