Latest Odisha News

BREAKING NEWS

ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାର ପୁନରାବୃତ୍ତି : ଲୋକଙ୍କ ଉପରେ ଗାଡି ମଡାଇଦେଲେ ବାହୁବଳୀ ବିଧାୟକ

ବାଣପୁର : ବାଣପୁରରେ ଉତ୍ତରପ୍ରଦେଶ ଲଖମପୁର ଘଟଣାର ପୁନରାବୃତ୍ତି । ବିଜୁ ଜନତା ଦଳର ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକମାନଙ୍କ ଉପରେ ଗାଡି ଚଢାଇ ଦେଇଛନ୍ତି । ଲଖିମପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରେ ବସିଥିବା କୃଷକଙ୍କ ଉପରେ ଗାଡି ଚଢାଇଥିବା ବେଳେ, ଓଡିଶାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି ।

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ବିଜେପିର ଶୋଭାଯାତ୍ରା ଚାଲିଥିଲା ।ଏହି ସମୟରେ ବିଧାୟକଙ୍କ ଗାଡି ୧୫ ଜଣ ବିଜେପି କର୍ମୀ ୯ ଜଣ ପୋଲିସ କର୍ମଚାରୀଙ୍କ ଉପରେ ଚଢିଯାଇଛି । ଅନେକ ଲୋକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି । ଘଟଣା ଘଟିବା ପରେ ଲୋକମାନେ ଉତକ୍ଷିପ୍ତ ହୋଇ ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିିର୍ଧୁମ୍ ମାଡ ମାରିଛନ୍ତି ।

 

ବିଧାୟକଙ୍କ ଗାଡି ଭଙ୍ଗାରୁଜା ମଧ୍ୟ କରିଦେଇଥିଲେ ଲୋକମାନେ ।ପୋଲିସ ଲୋକଙ୍କ କବଳରୁ ବିଧାୟକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା ।ସେ ଟାଙ୍ଗୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିଧାୟକ ନିଜେ ଗାଡି ଚଲାଉଥିଲେ ।ତେଣୁ ସେ ଲୋକମାନଙ୍କୁ ଆକ୍ରୋଶମୂଳକ ଭାବେ ଗାଡି ମଡାଇଦେଇଛନ୍ତି।

 

ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।ଦୋଷୀ ବିରୋଧରେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି । ଏହି ଘଟଣାରେ କୌଣସି ଲୋକ ମୃତାହତ ହେବାର ଖବର ଏସପିଙ୍କ ପାଖରେ ନାହିଁ ବୋଲି କହିଛନ୍ତି ।

Comments are closed.