Latest Odisha News

BREAKING NEWS

କାଦମ୍ବିନୀ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ

ଭୁବନେଶ୍ୱର : ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବରିଷ୍ଠ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏବଂ ବିଶିଷ୍ଟ କବି ହାର ପ୍ରସାଦ ଦାଶ ଯୋଗ ଦେଇ ଅଗଷ୍ଟ କ୍ରାନ୍ତି ଉପରେ ବହୁ ଉପାଦେୟ ତଥ୍ୟ ରଖିଥିଲେ ।

ଏହି ଅବସରରେ କାଦମ୍ବିନୀର ସ୍ୱତନ୍ତ୍ର ଅଗଷ୍ଟ ସଂଖ୍ୟା ଓ କୁନିକଥାର ଅଗଷ୍ଟ ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ଏବଂ ଏହା ସହ ନିରୁପମା ଆଚାର୍ଯ୍ୟ, ଅରୁଣ ଖିଲାର, ତପସ୍ୱିନୀ ନାୟକ ଓ କଲ୍ୟାଣୀ ବକ୍ସି ପ୍ରମୁଖଙ୍କୁ କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଇତି ସାମନ୍ତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କାଦମ୍ବିନୀର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Comments are closed.