Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବିପଦ ସଂକେତ ଉପରେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର

ନବରଙ୍ଗପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍ ନବରଙ୍ଗପୁର । ତିନିଦିନ ଧରି ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । କୋଷାଗୁମୁଡ଼ା ବ୍ଲକରେ ପ୍ରବାହିତ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବିପଦ ସଂକେତ ଛୁଇଁଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପାଣି ଗାଁ ମୁଣ୍ଡକୁ ଚାଲି ଆସିଥିବା ବେଳେ ଲୋକେ ଭୟଭୀତ ଅଛନ୍ତି ।

କୋଷାଗୁମୁଡ଼ା ବ୍ଲକର ୫ଟି ପଞ୍ଚୟତର ୧୨ଟି ଗାଁରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ୭୦ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛି । ଇନ୍ଦ୍ରାବତୀ  ଓ ଭାସ୍କେଲ ନଦୀର ସଙ୍ଗମ ସ୍ଥଳ ଉକିଆପାଲି ଗାଁ ସମତଳରେ ରହୁଥିବାରୁ ସେଠାରେ ବନ୍ୟା ଆଶଙ୍କା ଅଧିକ ରହିଛି । ପ୍ରତିବର୍ଷ କୋଷାଗୁମୁଡ଼ା ବ୍ଲକରେ ବନ୍ୟା ଆଶଙ୍କା ରହୁଥିବା ବେଳେ ବନ୍ୟା ଆଶ୍ରୟ ସ୍ଥଳୀ ପାଇଁ ନଦୀ କୁଳିଆ ଲୋକ ଦାବି କରି ଆସୁଛନ୍ତି ।

କିନ୍ତୁ ପ୍ରଶାସନ ପକ୍ଷରୁ ଏଯାଏ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇ ନାହିଁ । ଲଗାଣ ବର୍ଷାରେ ୧୧୭ ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ଗୋଟିଏ ସ୍କୁଲ ପାଚେରି ଭାଙ୍ଗି ଯାଇଥିବା ସୂଚନା ଦେଇଛନ୍ତି କୋଡ଼ିଙ୍ଗା ତହସିଲଦାର । ପ୍ରଶାସନ ପକ୍ଷରୁ ଚୁରାହାଣ୍ଡି ଗାଁର ୩୦ ଲୋକ ଓ ଘାଟବାସୁଲି ଗାଁର ୪୦ ଜଣ ବୟସ୍କଙ୍କୁ ବରଗାଁ ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରନ୍ଧା ଖାଦ୍ୟ ଦିଆଯାଉଛି ।

Leave A Reply

Your email address will not be published.