Latest Odisha News

ଚୀନ ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ ଲିକ୍ !

ବେଜିଂ: ଚୀନର ଏକ ଆଣବିକ କେନ୍ଦ୍ରରୁ ରେଡିଓଆକ୍ଟିଭ ପଦାର୍ଥ ଲିକ୍ ହୋଇଛି । ଏ ନେଇ ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ପାଇଥିବା ବେଳେ ଚୀନ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛି । ଚୀନ ଏବଂ ଫ୍ରାନ୍ସର ଇଡିଏଫ କମ୍ପାନୀର ମିଳିତ ସହଯୋଗରେ ଏହି ଆଣବିକ କେନ୍ଦ୍ର ପରିଚାଳନା କରାଯାଉଛି । ଗ୍ୟାସ ଲିକ୍ ଘଟଣା ସପ୍ତାହ ତଳେ ହୋଇଥିବା ସତ୍ୱେ ଚୀନର ଦାୟିତ୍ୱହୀନତା ନେଇ ବିଭିନ୍ନ ମହଲରେ ନିନ୍ଦା କରୁଛି ।

ଆମେରିକା ଏବଂ ହଂକଂ ଘଟଣା ଉପରେ କଡା ନଜର ରଖିଛନ୍ତି । ରିପୋର୍ଟ ମୁତାବକ ଚୀନ ଏହି ଖବରକୁ ଖଣ୍ଡନ କରୁଥିବା ବେଳେ କିନ୍ତୁ ଏହାର ସହଯୋଗୀ ଇଡିଏଫ ଆମେରିକାର ଏ ନେଇ ସହଯୋଗ ଲୋଡିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୯୮୬ରେ ରୁଷିଆରେ ଏ ଭଳି ଏକ ଘଟଣା ଘଟିବା ଯୋଗୁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇ ଯାଇଥିଲା ।

Comments are closed.