ପୁରୀ: ଦର୍ପଣ, ଘୋଡା ନାଲ ଓ ଘଂଟିର ଉପଯୁକ୍ତ ବ୍ୟବହାର କରି ଜାଣିଲେ ନିଶ୍ଚିତ ଭାବେ ସକାରାତ୍ମକ ପରିବର୍ତନ ଆସିବ । ଦର୍ପଣ ଆମେ ପ୍ରାୟତଃ ଶରୀର ଓ ମୁହଁ ଦେଖିବା ପାଇଁ ବ୍ୟବହାର କରିଥାଉ । ଯଦି ଘର ନିକଟରେ କୌଣସି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ତାହାହେଲେ ମୂଖ୍ୟ ଦ୍ୱାର କବାଟ ଉପରେ ଗୋଲାକୃତି ଦର୍ପଣ ଲଗାଇଲେ ନକାରତ୍ମକ ଶକ୍ତି ସେଠାରୁ ଫେରିଯିବ । ସେହିପରି ଡାଇନିଂ ହଲର ଉତର-ପୂର୍ବ ଦିଗରେ ଅଣ୍ଡାକୃତି ଦର୍ପଣ ଲଗାଇଲେ ଘରର ସମୃଦ୍ଧି ବଢ଼ିବ ଏବଂ ଖାଦ୍ୟର ଅଭାବ ରହିବ ନାହିଁ । ଶୟନ କକ୍ଷରେ ଦର୍ପଣ ଲଗାଇବା ଉଚିତ ନୁହେଁ ।
ଏହା ନକରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ଘରର ମୂଖ୍ୟ ଦ୍ୱାର ପ୍ରବେଶ ପଥ ନିକଟରେ ୨ଟି କିମ୍ବା ୩ଟି ପିତଳ ଘଂଟି ଲଗାଇଲେ ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହେବ । ଛୋଟ ପିଲା ପଢ଼ିବା ପୂର୍ବରୁ କିଛି ସମୟ ଘଂଟି ବଜାଇଲେ ଏକାଗ୍ରତା ଆସିଥାଏ । କଳା ଘୋଡାର ନାଲ ଘରେ ଲଗାଇଲେ ଶୁଭ ଫଳ ମିଳିଥାଏ । ୟୁ ଆକୃତିର ନାଲକୁ ତଳମୁହାଁ କରି ଟାଙ୍ଗିଲେ ଘରେ ଉର୍ଜାର ବୃଦ୍ଧି ହୋଇଥାଏ । ଶନି ମହାଦଶା ଓ ସାଢ଼େସାତୀ ସମୟରେ ଏହି ନାଲରେ ତିଆରି ମୁଦି ପିନ୍ଧିଲେ ଭଲ ଫଳ ମିଳିଥାଏ ।
BREAKING NEWS
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
Comments are closed.