Latest Odisha News

BREAKING NEWS

ରାଜ୍ୟରୁ ଆଜି ୯୮୮୯ କରୋନା ସଂକ୍ରମିତ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ବଢ଼ିଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯ହଜାର ୮୮୯ ପଜିଟିଭ୍ । ଗତକାଲି ଏହି ସଂଖ୍ୟା ଥିଲା ୮ହଜାର ୨୧୬ । ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ହଜାରେ ଉପରେ ରହିଛି ଦୈନିକ ସଂକ୍ରମଣ । ଖୋର୍ଦ୍ଧାରୁ ସର୍ବାଧିକ ୧୩ଶହ ୩୧ ଓ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୧ଶହ ୩୭ ଆକ୍ରାନ୍ତ ।

କଟକ ଜିଲ୍ଲାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୯୦ ପଜିଟିଭ୍ । ସେହିପରି ବରଗଡ଼ରୁ ୪୮୩, ସମ୍ୱଲପୁରୁ ୪୭୦, ଅନୁଗୋଳ ୪୪୩, ପୁରୀ ୪୩୬, ନବରଙ୍ଗପୁରରୁ ଆଉ ୪୧୪ ସଂକ୍ରମିତ ହୋଇଛନ୍ତି । ବାକି ୧୫ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ୪୦୦ ଭିତରେ ରହିଛି ।

ରାଜ୍ୟରେ କୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ଲକ୍ଷ ୮୯ହଜାର ୬୪୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୧୦ହଜାର ୨୨୭ ସଂକ୍ରମିତ । ଏବେ ରାଜ୍ୟରେ ୭୭ହଜାର ୨୭୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.