Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଅଧ୍ୟାପକ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗୁରାଣ୍ଡି କଲେଜର ଏଜୁକେସନ୍ ଅଧ୍ୟାପକ ଜି. ନାଗେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। ନାଗେଶ୍ୱରଙ୍କ ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ସମେତ ୬ଟି ଘରେ ରେଡ୍ ଚାଲିଥିବା ଜଣାପଡ଼ିଛି। ଏପରିକି ଆନ୍ଧ୍ରପ୍ରଦେଶରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢଉ ଚାଲିଛି। ତାଙ୍କ ନିକଟରୁ ନଗଦ ୩୧ ଲକ୍ଷ ଟଙ୍କା ଜବତ ହୋଇଛି । ମୋଟ ୬ଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

 

Comments are closed.