Latest Odisha News

BREAKING NEWS

ତୈଳ ଦର ବୃଦ୍ଧି ପ୍ରତିବାଦରେ କାଲି ଓଡ଼ିଶା ବନ୍ଦ

ଭୁବନେଶ୍ବର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ବିରୋଧ । ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ବାମପନ୍ଥୀ ଦଳ ଓଡ଼ିଶା ବନ୍ଦ କରିବେ । ତେବେ ବାମ ପନ୍ଥି ଦଳର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇଛଇ ରାଜ୍ୟ କଂଗ୍ରେସ ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ସାରା ଦେଶରେ ଅହେତୁକ ଭାବେ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ ଦର । ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ି ଚାଲିଛି । ତୈଳ ଦର ଓ ରନ୍ଧନ ଗ୍ୟାସର ଦର ବଢ଼ି ଚାଲିଥିବା ବେଳେ, ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ବିଫଳ ବୋଲି ଅଭିଯୋଗ କରିଛି କଂଗ୍ରେସ । ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ପେଟ୍ରୋଲ ନ ପକାଇବା ପାଇଁ ଅପିଲ କରିଛି କଂଗ୍ରେସ ।

ବାମଦଳ ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାରେ ସମୟରେ ଦୋକାନ ବଜାର ସହ ଗାଡି ଚଳାଚଳ ରନ୍ଦ ରହିବ । ଜରୁରୀକାଳୀନ ସେବାକୁ ବାଦଦେଲେ ବାକି ସବୁ କିଛି ବନ୍ଦ କରିବାକୁ କୁହାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଅପିଲ କରିଛି ବାମଦଳ । ଅନ୍ୟପଟେ ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନରେ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନରେ କାର୍ଯ୍ୟରତ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ କୁହାଯାଇଛି ।

Leave A Reply

Your email address will not be published.