Latest Odisha News

ଗୁଣି ଗାରେଡି ସନ୍ଦେହରେ ୧୪ପରିବାରକୁ ନିର୍ଯାତନା

ବଲାଙ୍ଗୀର: ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଜୀଉଁଛି ମଣିଷ । ଯୁଗ ବଦଳୁଥିଲେ ବି ମନରେ ଥିବା ସଂକୀର୍ଣ୍ଣତା ଆଉ କିଛି ଅନ୍ଧବିଶ୍ୱାସ ଲିଭୁନି । ଏମିତିକି କିଛି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ସିନ୍ଧିକେଲା ନିର୍ମୂଳା ଗାଁରେ । ଗୁଣି ଗାରେଡି ସନ୍ଦେହରେ କିଛି ପରିବାରକୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ଗାଁରେ ନ୍ୟାୟ କରୁଥିବା ସରପଂଚ ଆଇନ୍‌ର ଦ୍ୱାହି ଦେଇ ୧୪ଟି କନ୍ଧ ପରିବାରକୁ ପିଟି ପିଟି ଗାଁରୁ ବାହାର କରିଦେଇଛନ୍ତି । ମାଡ ଖାଇ ଲହୁଲୁହାଣ ହୋଇତିବା ପରିବାର ଆମ୍ବୁଲାନ୍ସ ଡାକିଥିଲେ ବି ଗାଁ ଲୋକଙ୍କ ସହ ମିଶି ପଥର ମାଡ କରିବା ସହ ତଡି ଦେଇଥିଲେ ।

ଏବେ ଅସହାୟ ହୋଇ ଗାଁ ଛାଡି ବାହାରେ ଭୋକ ଉପାସରେ ଆଉଟୁ ପାଉଟୁ ହେଉଛି ପରିବାର । ଘଟଣା ନେଇ ନିର୍ଯାତିତ ପରିବାର ଥାନାରେ ଜଣାଇଥିଲେ ବି ଏଯାଏଁ ପରିବାରକୁ କୌଣସି ନ୍ୟାୟ ମିଳିପାରିନି । କେବଳ ଏହି ପରିବାର ନୁହେଁ ବଲାଙ୍ଗୀରରେ ବହୁବାର ଏମିତିି ଘଟଣା ଘଟିବାରେ ଲାଗିଛି ଆଉ ଲୋକ ବି ନିର୍ଯାତିତ ହୋଇଚାଲିଛନ୍ତି । ହେଲେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିନି ।

ଗାାଁରୁ ବାହାର କରାଯାଇଥିବା ଏହି ପରିବାରକୁ ଖୁବଶିଘ୍ର ନ୍ୟାୟ ଦେବା ସହିତ ଦୋଷୀକୁ ଦଣ୍ଡ ଦେବା ଜରୁରୀ ହୋଇଛି ।

Leave A Reply

Your email address will not be published.