Latest Odisha News

ବହୂଭାଷୀ ଫିଲ୍ମ ରାକ୍ଷୀରେ ଏକତ୍ର ଅଭିନୟ କରିବେ ସଞ୍ଜୟ, ଶାହାରୁଖ !

ମୁମ୍ବାଇ: ବଲିଉଡର ଦୁଇ ମହାନ କଳାକାର ସଞ୍ଜୟ ଦତ ଏବଂ ଶାହାରୁଖ ଖାଁ ଅନେକ ସୁପରହିଟ ଫିଲ୍ମ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି । ଖୁବ୍‌ଶୀଘ୍ର ଏକ ବିଗ ବଜେଟ ବହୁଭାଷୀ ଫିଲ୍ମରେ ଉଭୟ ଏକତ୍ର ଆସୁଛନ୍ତିି । ଶାହାରୁଖଙ୍କ ରା ୱାନ ଏବଂ ଓମ ଶାନ୍ତି ଓମରେ ସଞ୍ଜୟ ଅତିଥି କଳାକାର ଭାବେ ଅଭିନୟ କରିଥିଲେ । ଏବେ ବାୟାକମ ୧୮ ଦ୍ୱାରା ନିର୍ମାଣ କରାଯାଉଥିବା ଏହି ଫିଲ୍ମର ନାମ ରାକ୍ଷୀ ରଖାଯାଇଛି । ଉଭୟ କଳାକାର ଏଥିରେ ଏକତ୍ର ଅଭିନୟ କରିବେ ।

ସୂଚନାଯୋଗ୍ୟ, ଶାହାରୁଖ ପଠାନ ଫିଲ୍ମ ମାଧ୍ୟମରେ ପ୍ରତ୍ୟାବର୍ତନ କରିବା ଲକ୍ଷ୍ୟରେ ରହିଛନ୍ତି । ଅପରପକ୍ଷରେ ଅଜୟ ଦେବଗାନ ଏବଂ ସୋନାକ୍ଷୀ ସିହ୍ନା ଅଭିନୀତ ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆରେ ସଞ୍ଜୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Leave A Reply

Your email address will not be published.