Latest Odisha News

ଭେଟେରାନ୍ ଅଭିନେତା ସୌମିତ୍ର ଚାଟାର୍ଜିଙ୍କ ଦେହାନ୍ତ

କୋଲକାତା: କିମ୍ବଦନ୍ତୀ ଅଭିନେତା ସୌମିତ୍ର ଚାଟାର୍ଜିଙ୍କର ରବିବାର ଦିନ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।

ତାଙ୍କ ମୃତ୍ୟୁ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ଅକ୍ଟୋବର ୬ ତାରିଖରେ ସୌମିତ୍ର କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ପରବର୍ତ୍ତି ସମୟରେ ତାଙ୍କର କରୋନା ଟେଷ୍ଟ ନେଗେଟିଭ ବାହାରିଥିଲା ।

ତେବେ କରୋନା ସଂକ୍ରମିତ ହେବା ଯୋଗୁଁ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା ।

 

Leave A Reply

Your email address will not be published.