Latest Odisha News

BREAKING NEWS

ରୋଗାଗ୍ରସ୍ତ ବାପାକୁ ହତ୍ୟା କଲା ପୁଅ

ବରଗଡ: ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜମିଦାର ପଡା ଅଞ୍ଚଳରେ ପକ୍ଷାଘାତରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତକଙ୍କ ନାମ ସଉକିଲାଲ୍ ସେଠ୍ ବୋଲି ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟା ସମୟରେ କୌଣସି କାରଣବଶତଃ ପୁଅ ପ୍ରଦୀପ ବାପାକୁ ଆଣି ବଡ ପୁଅ ପ୍ରମୋଦଙ୍କ ଶ୍ୱଶୁର ଘର ସମ୍ମୁଖରେ ପକାଇ ଚାଲିଯାଇଥିଲା ।ପରବର୍ତ୍ତୀ ସମୟରେ ସମ୍ପୃକ୍ତ ବୃଦ୍ଧ ବ୍ୟକ୍ତି ଜଣକ ଅଚେତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏନେଇ ପ୍ରମୋଦଙ୍କ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତେବେ କେଉଁ କାରଣରୁ ପୁଅ ଜଣକ ଏଭଳି ପଦକ୍ଷେପ ନେଲେ ସେନେଇ ସଠିକ୍ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.