Latest Odisha News

BREAKING NEWS

ମହାନ ସଙ୍ଗୀତକାର ପୂର୍ଣ୍ଣ ଖୁଣ୍ଟିଆଙ୍କର ପରଲୋକ

ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ଦୁନିଆର ମହାନ ସଙ୍ଗୀତକାର ପୂର୍ଣ୍ଣ ଖୁଣ୍ଟିଆଙ୍କର ସୋମବାର ଭୋରରୁ ହୃଦଘାତରେ ମୃତ୍ୟୁ ଘଟିଛି।

ଏକାଧାରରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ଥିବା ପୂର୍ଣ୍ଣଙ୍କର ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ପରିବାର ଲୋକେ ତାଙ୍କୁ କଟକର ଏକ ଘେରାଇ ଡାକ୍ତରଖାନାର ଭର୍ତ୍ତି କରାଇଥିଲେ। ତେବେ ଭୋର ପାଖାପାଖି ୩ ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସ୍ବର୍ଗତ ପୂର୍ଣ୍ଣ ଖୁଣ୍ଟିଆ ଶତାଧିକ ଓଡ଼ିଆ ସିନେମା ଏବଂ ବହୁ ଆଲବମରେ ସଙ୍ଗୀତ ପରିଚାଳନା କରିଥିଲେ। ସେ ଜଣେ ଦକ୍ଷ ଆକର୍ଡିଆନ୍ ବାଦକ ଓ କି ବୋର୍ଡ ବାଦକ ଭାବେ ମଧ୍ୟ ବେଶ ପରିଚିତ ଥିଲେ।

ପୂର୍ଣ୍ଣ ଖୁଣ୍ଟିଆଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ପୂର୍ଣ୍ଣଙ୍କ ପରିଚାଳିତ ‘ଟିକେ ହସ ଟିକେ ଲୁହ’ ସିନେମାର ଲଳିତା ଗୋ ଶ୍ୟାମକୁ କହିଦେ ଫେରିଯାଉ… , ମୁଁ ଜାଣେନା ତୁମେ ଜାଣନା ଭଲ ପାଇବା ମାନେ…ଜୀବନର ମାନେ ଖୋଜି ମୁଁ ପାଇଛି…ଆଜି ବି ବେଶ ଲୋକପ୍ରିୟ।

Comments are closed.