Latest Odisha News

ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟକୁ ଉଡିବ ସିଧାସଳଖ ବିମାନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ୱରରୁ ସୁରଟ୍ ଲାଗି ସିଧାସଳଖ ବିମାନ ସେବା ପ୍ରଦାନ କରିବ ଏୟାର ଇଣ୍ଡିଆ ବିମାନ । ଯାହାଫଳରେ ଓଡିଶାବାସୀଙ୍କର ବହୁଦିନର ଦାବି ପୂରଣ ହେବ ।

ଏନେଇ ସୋମବାର ଦିନ ଟ୍ୱିଟ କରି ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ । ଏପରିକି ସେ ଟ୍ୱିଟ ମାଧ୍ୟମରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଅଧିକ ପଢନ୍ତୁ:- ଭୁବନେଶ୍ୱର-ସୁରଟ୍ ଲାଗି ଏୟାର ଇଣ୍ଡିଆର ଟିକେଟ୍ ବୁକିଂ ଆରମ୍ଭ, ଜାଣନ୍ତୁ କେତେ ରହିଛି ଦାମ୍

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୨୨ ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ଏକ ବୈଠକରେ ବିଜେପି ନେତା ଅପରାଜିତା ଷଡଙ୍ଗୀ ପ୍ରବାସୀ ଓଡିଆଙ୍କ ଯାତାୟାତ ତଥା ସୁବିଧା ଲାଗି ତୁରନ୍ତ ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ବିମାନ ଚଳାଚଳ କରିବା ଲାଗି ଅନୁରୋଧ କରିଥିଲେ । ପରେ ଏନେଇ ଚିନ୍ତା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ ।

ତେବେ ଏହି ଉଡାଣ ଜାନୁଆରୀ ୧ରୁ ହେବ ବୋଲି ପୂର୍ବରୁ ଆଶା କରାଯାଉଥିଲା । ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଉଡାଣ ଲାଗି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.