Latest Odisha News

BREAKING NEWS

ବିଶିଷ୍ଟ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ ଦେହାନ୍ତ

ଚେନ୍ନାଇ: କିମ୍ବଦନ୍ତୀ ଗାୟକ ଏସପି ବାଲସୁବ୍ରମଣ୍ୟମଙ୍କର ଚେନ୍ନାଇ ଠାରେ ଶୁକ୍ରବାର ଦିନ ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଏହି ଭେଟେରାନ୍ ଗାୟକ ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଗଷ୍ଟ ୫ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରେ ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା ବେଳେ ଗତ କାଲି ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇ ପଡିଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଥିଲା।

ଏହି କିମ୍ବଦନ୍ତୀ ଗାୟକ ତାମିଲ, ତେଲୁଗୁ, କନ୍ନଡ, ହିନ୍ଦୀ ଏବଂ ମାଲାୟାଲମ୍ ଆଦି ଚଳଚ୍ଚିତ୍ରରେ ୧୦୦୦ରୁ ଅଧିକ ଗୀତ ଗାଇଥିଲେ।

ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୧ରେ ପଦ୍ମଶ୍ରୀ ଏବଂ ୨୦୧୧ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.