Latest Odisha News

ବିବାହ ବନ୍ଧନରେ ଆବଦ୍ଧ ହେଲେ ଚହଲ-ଧନଶ୍ରୀ

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନଙ୍କୁ ଯାଦୁଭରା ସ୍ପିନରେ ଆଉଟ କରୁଥିବା ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲ ଶେଷର ଧନଶ୍ରୀ ବର୍ମାଙ୍କ ସୌନ୍ଦର୍ଯ୍ୟରେ କ୍ଲିନ ବୋଲ୍ଡ ହୋଇଛନ୍ତି । ମଙ୍ଗଳବାର ଚହଲ ଓ ଧନଶ୍ରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଗଷ୍ଟରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ଚହଲ ଇନଷ୍ଟାଗ୍ରାମ ଆକାଂଉଟରେ ବିବାହ ଫଟୋ ଶେୟାର କରିଛନ୍ତି । ଏହାକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଚହଲ ନୈରାଶ୍ୟଜନକ ବୋଲିଂ କରିଥିଲେ । ପ୍ରଥମ ଟି୨୦ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଆସି ୩ଟି ଉଇକେଟ ନେଇ ଦଳକୁ ଗୁରୁତ୍ୱପୂର୍ଣ୍ଣ ବିଜୟ ପ୍ରଦାନ କରିଥିଲେ । ଚହଲ-ଧନଶ୍ରୀ କେମେଷ୍ଟ୍ରି ସୋସିଆଲ ସାଇଟରେ ବେଶ୍ ଆଦୃତ ହେଉଛି ।

Leave A Reply

Your email address will not be published.