Latest Odisha News

BREAKING NEWS

ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ ଏନଆଇଏ ଏସପି ଭାବେ ନିଯୁକ୍ତ

ଭୁବନେଶ୍ୱର : ୨୦୦୮ ବ୍ୟାଚ ଓଡିଶା କ୍ୟାଡରର ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ ଖୁବଶୀଘ୍ର ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ର ଏସପି ଭାବେ ନିଯୁକ୍ତ ହେବେ ।

ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୪ବର୍ଷ ଲାଗି ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ର ଏସପି ଭାବେ ଶ୍ରୀ ନାୟକ ଦାୟିତ୍ୱ ନିର୍ବାହ କରିବେ ।

ଅନ୍ୟପକ୍ଷରେ ତାଙ୍କର କାର୍ଯ୍ୟାଳୟର ଦିବସ ସଠିକ୍ ଜଣାପଡିନଥିଲେ ମଧ୍ୟ ସେ ଖୁବଶୀଘ୍ର ଦାୟିତ୍ୱ ଗ୍ରହଣ କରୁଥିବା ନେଇ କାର୍ଯ୍ୟାବହୀ ସୂତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ସତ୍ୟଜିତ ନାୟକ ବର୍ତ୍ତମାନ ସମୟରେ ଓଡିଶା ଅପରାଧ ଶାଖାର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍)ର ଏସପି ଭାବେ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.