Latest Odisha News

BREAKING NEWS

ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ବୁଧବାର ଦିନ ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ।

ଗସ୍ତ ସୂଚୀ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ସକାଳ ୧୦ଟା ବେଳେ ଏକ ସ୍ୱତନ୍ତ୍ର ବିମାନରେ ନାଗପୁରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଭିମୁଖେ ଗସ୍ତ କରିବେ । ସେଠାରେ ସେ ଜାତୀୟ ରାଜପଥ ନିମନ୍ତେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

କାମାକ୍ଷାନଗରରୁ ବିମାନ ଯୋଗେ ସେ ପ୍ରାୟ ଦିନ ୧୨ଟା ବେଳେ ପାରାଦୀପ ଅଭିମୁଖେ ଗସ୍ତ କରିବେ ଏବଂ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ୍ କରିବା ସହ ଅନେକ ଗୁଡିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାବ୍ୟତୀତ ଏକ ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି), ଇଣ୍ଡିଆନ୍ ଅଏଲ୍ ଏବଂ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ସହ ବୁଝାମଣା ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିବେ ।

କେନ୍ଦ୍ର ମନ୍ତ୍ରୀ ପ୍ରାୟ ୧୨ଟା ୫୦ମି. ବେଳକୁ ପାରାଦୀପରୁ ବାହାରି ୧ଟା ୩୦ ବେଳକୁ ଭୁବନେଶ୍ୱରରେ ପହଞ୍ଚି ଦଳୀୟ କର୍ମୀଙ୍କ ଦ୍ୱାରା ଆୟୋଜିତ ଏକ ବୈଠକରେ ଯୋଗ ଦେବେ ।

ଆହୁରି ମଧ୍ୟ ପ୍ରାୟ ଅପରାହ୍ନ ୩ଟା ୩୦ ବେଳକୁ ମନ୍ତ୍ରୀ ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.