ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ପକ୍ଷରୁ ବାଘ ଛାଲ ଜବତ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶରେ ଏସିଏଫ୍ ଗୌରୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ହୋଇଥିଲା ।
ଆର୍.ଉଦୟଗିରି ଥାନା ମହେନ୍ଦ୍ରଗଡ ପଞ୍ଚାୟତ ଅନ୍ତର୍ଗତ ଖମାରିସାହି ଗାଁର ପବିତ୍ର ଲିମାଙ୍କ ଘରେ ରେଡ୍ କରିଥିଲା ବନ ବିଭାଗ । ଏଥିରେ ରାମଗିରି ରେଞ୍ଜ ଅଫିସର କର୍ମଚାରୀ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ସାମିଲ ଥିଲେ । ଏତିକିବେଳେ ପବିତ୍ର ଲିମାଙ୍କ ଘରୁ କଲରାପତରିଆ ବାଘ ଛାଲ ଜବତ ହୋଇଥିଲା । ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।
BREAKING NEWS
- PM Modi: ଏହି ତିନି ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ; ଫୋକସରେ ବିଶ୍ୱାସ,ବିକାଶ ଏବଂ ରଣନୈତିକ ସହଭାଗୀତା
- Tej Pratap Yadav announced: ତେଜ ପ୍ରତାପ ଯାଦବଙ୍କ ବଡ଼ ଘୋଷଣା;ମୋ ଦଳ ବଙ୍ଗଳା ଓ ୟୁପି …
- semiconductor manufacturing units: ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମିଳିଛି ମଞ୍ଜୁରି: ଅଶ୍ୱିନୀ ବୈଷ୍ଣବ
- Census of India 2027: ୨ଟି ପର୍ଯ୍ୟାୟରେ ହେବ ଜନଗଣନା….୧୨ହଜାର କୋଟି ବଜେଟ୍ ମଞ୍ଜୁର
- CoughSyrup Seized: ବିପୁଳ ପରିମାଣର କଫସିରପ୍ ଜବତ; ୨ ଅଭିଯୁକ୍ତ ଗିରଫ
- International Badminton Tournament:ଓଡିଶା ମାଷ୍ଟର୍ସ ୨୦୨୫:ସେମି ଫାଇନାଲରେ ପହଞ୍ଚିଲେ ତସନିମ,ରୋନକଙ୍କ ସମେତ ଏହି ଭାରତୀୟ ଖେଳାଳୀ…
- ଈ-ସିଗାରେଟ୍ କ’ଣ ? TMC ସାଂସଦଙ୍କ ଉପରେ ଅଭିଯୋଗ ପରେ ଜାଣନ୍ତୁ ରୋଚକ କଥା
- ଜୀବନ ବଞ୍ଚାଇବ ଆଣ୍ଡ୍ରୋଏଡ୍, ସ୍ମାର୍ଟଫୋନରେ ଆସିଲା Emergency Live Video
- Odisha Eco-Retreat: ‘ଆମର ଲକ୍ଷ୍ୟ ଏସିଆର ଶ୍ରେଷ୍ଠ ୫ Eco Cultural Tourism Hub ମଧ୍ୟରେ ସ୍ଥାନ ହାସଲ’
- ଦୁନିଆର ସବୁଠାରୁ ଦାମୀ ଅଣ୍ଡା ଦେଉଥିବା କୁକୁଡ଼ା, ଯାହାର ମୂଲ୍ୟ ୪୦ ହଜାର !
Comments are closed.