Latest Odisha News

BREAKING NEWS

ବୌଦ୍ଧରୁ କଲରାପତରିଆ ବାଘ ଛାଲ ଜବତ

ସୋନପୁର: କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଟିମ ଗୁରୁବାର ଦିନ କଲରାପତରିଆ ବାଘ ଛାଲ ଜବତ କରିବା ସହ ବୌଦ୍ଧରୁ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ ଏସଟିଏଫ୍ ଟିମ୍ ମନମୁଣ୍ଡା ଥାନା ଅନ୍ତର୍ଗତ ବନ୍ଧନଝୁଲି ନିକଟରେ ଚଢାଉ କରି ବାଦଲଗୁଡା ଗାଁର ମହେନ୍ଦ୍ର ଭାଇନାଙ୍କୁ ଗିରଫ କରିଛି। ତାଙ୍କ ଠାରୁ ଚାଲ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛି।

ଜବତ ହୋଇଥିବା କଲରାପତରିଆ ବାଘ ଛାଲକୁ ରାସାୟନିକ ପରୀକ୍ଷା ପାଇଁ ଡେରାଡୁନରେ ଥିବା ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ବୋଲି ସୂଚନା ମିଳିଛି।

Comments are closed.