Latest Odisha News

BREAKING NEWS

କଳାହାଣ୍ଡିରେ ବାଘଛାଲ ଜବତ, ଖସିଗଲେ ଅଭିଯୁକ୍ତ

କଳାହାଣ୍ଡି : ସମ୍ବଲପୁର ଓ ମୟୁରଭଞ୍ଜ ପରେ କଳାହାଣ୍ଡି ଜିଲ୍ଲାରୁ ବୁଧବାର ଦିନ କଲରାପତରିଆ ବାଘର ଚମଡ଼ା ଜବତ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ ବିଶ୍ୱନାଥପୁର ପୋଲିସ ସୀମା ଅନ୍ତର୍ଗତ ଧଅଁରାଭଟା ରାସ୍ତାରେ ପୋଲିସ ଏକ ବାଇକରେ ବସ୍ତା ଟଙ୍ଗାଯାଇଥିବା ଦେଖି ତାକୁ ଅଟକାଇଥିଲା । ପରେ ଦୁବୃର୍ତ୍ତମାନେ ବାଇକ ଛାଡି ଖସିଯାଇଥିବା ବେଳେ ଉକ୍ତ ବସ୍ତାରେ ବାଘଛାଲ ଥିବା ଜଣାପଡିଛି।

ସେହିପରି କିଛି ଦିନ ତଳେ ମୟୁରଭଞ୍ଜ ଜିଲ୍ଲାରେ କଲରାପତରିଆ ବାଘ ଛାଲ ମିଳିବା ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ୩ଜଣଙ୍କୁ ଗିରଫ କରିଥିଲା ।

ଆହୁରି ମଧ୍ୟ ମାର୍ଚ୍ଚ ୧୫ ତାରିଖରେ ସମ୍ବଲପୁରରେ ବାଘ ଛାଲର ଆଉ ଗୋଟେ ର‌୍ୟାକେଟର ପର୍ଦ୍ଦାଫାସ କରିବାରେ ପୋଲିସକୁ ସଫଳତା ମିଳିଥିଲା । ଏହି ଘଟଣାରେ ପ୍ରାୟ ୧୦ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ସେମାନଙ୍କ ଠାରୁ ୪ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଥିଲା ।

Leave A Reply

Your email address will not be published.