Latest Odisha News

BREAKING NEWS

ବିକ୍ରି ପାଇଁ ଡିଲ ବେଳେ ମାଡି ବସିଲା ଏସଟିଏଫ୍: ଜଣେ ବେପାରୀ ଗିରଫ, ବଜ୍ରକାପ୍ତା ଜବତ

ଭୁବନେଶ୍ବର: ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ବେପାରୀ । ବଲାଙ୍ଗୀର ଜିଲ୍ଲା ଦେବଗାଁଓ ବିଡି ଘାଟ ନିକଟରେ ଅଭାବନୀୟ ଘଟଣା ଘଟିଛି । ବିକ୍ରି ପାଇଁ ଡିଲ ହେଉଥିବାବେଳେ ଏସଟିଏଫ ପଞ୍ଝାରେ ପଡିଛି ବଜ୍ରକାପ୍ତା ବ୍ୟବସାୟୀ । ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛି ଟିମ୍ । ଗିରଫ ବେପାରୀ ଜଣକ ସେବକ ଧାରୁଆ ବୋଲି ଜଣାପଡିଛି ।ସୂଚନା ଅନୁସାରେ ବଲାଙ୍ଗୀର ଦେବଗାଁ ବିଡି ଛକ ନିକଟରେ ବଜ୍ରକାପ୍ତାଟିକୁ ବିକ୍ରି ପାଇଁ ଯୋଜନା ହେଉଥିଲା ।

ଯୋଜନା ମୂତାବକ ବେପାରୀ ଜଣକ ବଜ୍ରକାପ୍ତା ଟିକୁ ନେଇ ବିକ୍ରି କରିବାକୁ ବିଡି ଘାଟ ନିକଟ ଦେଇ ଯାଇଥିଲା  । ଏତିକି ବେଳେ ଏସଟିଏଫ୍ ଟିମ୍ ବଜ୍ରକାପ୍ତା ବେପାରୀଟିକୁ  ମାଡି ବସିଥିଲା । ଏବଂ ତାଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିଥିଲା । ଟିମ୍ ସେବକଙ୍କୁ ଗିରଫ କରି ଏସଡିଜେଏମ୍ କୋର୍ଟକୁ ପଠାଇଥିବାବେଳେ ଜବତ ହୋଇଥିବା ବଜ୍ରକାପ୍ତାଟିକୁ ସୁରକ୍ଷିତ ଭାବେ ବଲାଙ୍ଗୀର ଡିଏଫଓଙ୍କୁ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.