Latest Odisha News

BREAKING NEWS

ବଲାଙ୍ଗୀର ରାଜ ରାସ୍ତାରେ ବୁଲୁଛି ବାଘ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳ ଅନ୍ତର୍ଗତ ଗୋଳାବାରୁଦ କାରଖାନା ନିକଟସ୍ଥ ରାଜରାସ୍ତାରେ କଲରାପତରିଆ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି ।

ସ୍ଥାନୀୟ ଲୋକମାନେ ଏହି ବାଘଟି ରାସ୍ତାରେ ଚଳପ୍ରଚଳ କରିବା ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି ତଥା ଏହି ଭିଡ଼ିଓଟି ଏବେ ଭାଇରାଲ୍ ହୋଇଯାଇଛି ।

“ ମୁଁ ସେହି ଭିଡ଼ିଓଟିକୁ ଦେଖିଛି, ମାତ୍ର ରାତିବେଳା କେତୋଟି ବାଘ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଚାଲିଆସିଛନ୍ତି ସେ ସମ୍ପର୍କରେ ସଠିକ୍ ଜଣାପଡ଼ିନାହିଁ । ଆମେ ଏହିଲାଗି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛୁ । ବନକର୍ମଚାରୀମାନେ ଗାଁ ଗାଁ ବୁଲି ଗ୍ରାମବାସୀଙ୍କୁ ରାତିରେ ପଦାକୁ ନବାହାରିବାକୁ ସଚେତନ କରାଉଛନ୍ତି,” ବୋଲି କହିଛନ୍ତି ଟିଟିଲାଗଡ଼ ବନଖଣ୍ଡର ରେଞ୍ଜର୍ ଜିତେନ୍ଦ୍ରିୟ ନନ୍ଦ ।

ସଇଁତଳା ଗୋଳାବାରୁଦ କାରଖାନା ନିକଟରେ ଗତବର୍ଷ ପରି ୨ଟି ବାଘ ପୁଣି ଏବର୍ଷ ମଧ୍ୟ ଚଳପ୍ରଚଳ କରୁଥିବା ସ୍ଥାନୀୟ ବାସିନ୍ଦା ଅନୁମାନ କରୁଛନ୍ତି ।

Leave A Reply

Your email address will not be published.