Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାରେ ବାରହା ଫାଶରେ ପଡ଼ିଥିବା ବାଘର ମୃତ୍ୟୁ

ଗଞ୍ଜାମ: ବାରହା ଫାଶରେ ପଡ଼ିଥିବା ବାଘର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ବାରହା ଫାଶରେ ପଡ଼ିଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଗତକାଲି ତାକୁ ନଗୁଡୁ ବଡପଥର ନିକଟରୁ ଉଦ୍ଧାର କରିଥିଲେ ବନ ବିଭାଗ ଟିମ୍ । ପରେ ସନ୍ଧ୍ୟାରେ ବାଘଟି ମରି ଯାଇଥିବା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ବାଘର କେମିତି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ସେନେଇ ଖୋଳତାଡ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଜଙ୍ଗଲରେ ବିଛା ଯାଇଥିବା ବାରହା ଫାଶରେ କଲରାପତରିଆ ପଡ଼ିଯାଇଥିଲା ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ଟିମ୍ ପହଞ୍ଚି ତାକୁ ଗତକାଲି ଉଦ୍ଧାର କରିଥିଲେ । ଜଙ୍ଗଲରେ ଛାଡ଼ିବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଆଖି ବୁଜିଛି କଲରାପତରିଆ ।

Leave A Reply

Your email address will not be published.