Latest Odisha News

BREAKING NEWS

ସରକାରଙ୍କ ବିରୋଧରେ ଅନଶନ କରିବେ ଆନ୍ନା ହଜାରେ, ମନାଇବାକୁ ଗଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: କୃଷକ ଆନ୍ଦୋଳନ ଚାଲିଥିବା ବେଳେ ସମାଜସେବୀ ଆନ୍ନା ହଜାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜାନୁଆରୀ ୩୦ରୁ ଆମରଣ ଅନଶନ ଆରମ୍ଭ କରିବାକୁ ଯାଉଛନ୍ତି । ସ୍ୱାମୀନାଥନ ଆୟୋଗଙ୍କ ସୁପାରିସକୁ ଲାଗୁ କରିବା ଲାଗି ଆନ୍ନା ହଜାରେ ୨୦୧୮ରୁ କେନ୍ଦ୍ର ସରକାରଙ୍କୁ ଦାବି କରି ଆସୁଛନ୍ତି । ସରକାର ସୁପାରିସକୁ ଲାଗୁ କରୁନଥିବାରୁ ଆନ୍ନା ହଜାରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ରାଲେଗଣ ସିଦ୍ଧିର ବାବା ମନ୍ଦିରର ଆନ୍ନା ହଜାରେ ଅନଶନ କରିବେ ବୋଲି ଜଣାପଡ଼ିଛି ।

ଆନ୍ନା ହଜାରେଙ୍କୁ ମନାଇବା ଲାଗି ଆଜି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ରାଲେଗଣ ସିଦ୍ଧି ଯିବେ । ପୂର୍ବରୁ ଆନ୍ନା ହଜାରେଙ୍କୁ ମନାଇବା ଲାଗି ମହାରାଷ୍ଟ୍ର ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ହରିଭାଉ ୱାଗଡ଼େ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡନବିସଙ୍କ ସମେତ ବିଜେପି ନେତା ରାଧାକୃଷ୍ଣ ବିଖେ ପାଟିଲ, ଅହମଦନଗର ସାଂସଦ ସୁଜୟ ବିଖେ ପାଟିଲ ପ୍ରମୁଖ ରାଲେଗଣ ସିଦ୍ଧି ଯାଇଥିଲେ । ତେବେ, ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଅନ୍ୟପଟେ ଦେବେନ୍ଦ୍ର ଫଡନାବିସ୍ ଓ ଗିରୀଶ ମହାଜନ ଦିଲ୍ଲୀରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାର ଡ୍ରାଫ୍ଟ ଆନ୍ନା ହଜାରେଙ୍କୁ ଦେଇଛନ୍ତି । ଡ୍ରାଫ୍ଟରେ ନଥିବା ଦାବିକୁ ଆନ୍ନା, କୃଷିମନ୍ତ୍ରୀଙ୍କୁ ପଠାଇବେ । ଯଦି ସରକାର ଡ୍ରାଫ୍ଟକୁ ହଁ କରନ୍ତି ତ ଆନ୍ନା ହଜାରେ ଆମରଣ ଅନଶନରୁ ପଛକୁ ହଟିପାରନ୍ତି ।

Leave A Reply

Your email address will not be published.