Latest Odisha News

BREAKING NEWS

ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ଏଥର ହୁଲୁସ୍ତୁଲ ହେବ ଗୃହ

ନୂଆଦିଲ୍ଲୀ: ଆଜିଠୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । କରୋନା ଯୋଗୁ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେଉଛି । ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଚଳିତ ବଜେଟରେ ସରକାର କଣ ଘୋଷଣା କରିବା ତାଉପରେ ସମସ୍ତଙ୍କ ନଜର ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ।

୧୬ ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବଏକଟ ଘୋଷଣା କରିଛନ୍ତି । କଂଗ୍ରେସ, ଏନସିପି, ଡିଏମକେ, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମଏଲ, ସିପିଆଇ, ଆରଏସପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ ଇଓଟଊୠ ସମେତ ୧୬ ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ତାରିଖରେ ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍‌ ଆଗତ କରିବେ । ତାପୂର୍ବରୁ ଆଜି ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଏଥର ସଂସଦର ବଜେଟ ଅଧିବେଶନ ପ୍ରଥମରୁ କମ୍ପିବ । ବିଶେଷ କରି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହେବ । ସରକାରଙ୍କୁ ଘେରିବେ ବିରୋଧୀ ଦଳ ।

Leave A Reply

Your email address will not be published.