Latest Odisha News

BREAKING NEWS

Iskcon Rathyatra: ମାନୁନି ଇସ୍କନ; ପୁଣି ଗଜପତି ମହାରାଜା ଲେଖିଲେ ଚିଠି

ଭୁବନେଶ୍ବର:ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି । ଅଦିନିଆ ରଥଯାତ୍ରାଙ୍କୁ ମଧ୍ୟ ଗଜପତି ମହାରାଜା ଓ ଶ୍ରୀମନ୍ଦିର ସେବାୟତ ବିରୋଧ କରୁଛନ୍ତି । ତେବେ ଏହାକୁ ବନ୍ଦ କରିବାକୁ ଗଜପତି ମହାରାଜା ଇସ୍କନକୁ ଚିଠି ଲେଖିଥିଲେ । ତେବେ ତିଥି ଅନୁଯାୟୀ ଭାରତ ବାହାରେ ସ୍ନାନ ଯାତ୍ରା ପାଳନ ପାଇଁ ଆନ୍ତର୍ଜାତିକ ଇସ୍କନ ସଂସ୍ଥା ସହମତି ପ୍ରକାଶ କରିଥିବା ବେଳେ ରଥଯାତ୍ରା କିନ୍ତୁ ତିଥି ଅନୁଯାୟୀ ପାଳନ ପାଇଁ ଅସହମତି ପ୍ରକାଶ କରିଛି । ତେବେ ଗଜପତି ମହାରାଜା ଏହି ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇବା ସହ ପୁଣି ଚିଠି ଲେଖିଛନ୍ତି ।

ଗଜପତି ଅକ୍ଟୋବର ୧୯ ଓ ୨୫ ରେ ଇସ୍କନ ଜିବିସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ତେବେ ISKCON ଗଭର୍ଣ୍ଣିଂଙ୍ଗ ଅଧ୍ୟକ୍ଷ ତାଙ୍କ ଗତ ୧୯ ତାରିଖ ପତ୍ର ମାଧ୍ୟମରେ ଶ୍ରୀଗଜପତି ମହାରାଜାଙ୍କୁ ଉତ୍ତର ଦେଇଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ISKCON ଭାରତ ଏବଂ ବିଦେଶର ସମସ୍ତ ମନ୍ଦିରରେ ଶାସ୍ତ୍ରୋକ୍ତ ତିଥ୍‌ (ଜ୍ୟେଷ୍ଠ ପୂର୍ଣ୍ଣିମା) ରେ ସ୍ନାନଯାତ୍ରା ପାଳନ କରିବାକୁ ସମ୍ମତ ହୋଇଛନ୍ତି । ହେଲେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କର ଶାସ୍ତ୍ର ଓ ପାରମ୍ପରିକ ନିର୍ଦ୍ଧାରିତ ତଥ୍ୟ ଅନୁଯାୟୀ ଅର୍ଥାତ୍‌ ଆଷାଢ ଶୁକ୍ଳ ଦ୍ଵିତୀୟା ତିଥ୍ୟ ଠାରୁ ଆରମ୍ଭ ହେଉଥ‌ିବା ନଅଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରାର ପାଳନ କରିବାର ନିଷ୍ପତ୍ତି ସହିତ ସହମତ ହୋଇ ପାରୁନାହାନ୍ତି ବୋଲି ଉତ୍ତର ଦେଇଛନ୍ତି ।

ତେବେ ଇସ୍କନ ଜିବିସି ( ISKCON GBC) ଅଧ୍ୟକ୍ଷଙ୍କ ପତ୍ରର ଉତ୍ତର ଦେଇ ଗଜପତି ମହାରାଜା ମଙ୍ଗଳବାର ଇସ୍କନ ଜିବିସି ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖି ସେମାନଙ୍କ ସିଦ୍ଧାନ୍ତର ପୁନର୍ବିଚାର କରିବାକୁ ଓ ପବିତ୍ର ଶାସ୍ତ୍ର, ପୁରାତନ ପାରମ୍ପରିକ ରୀତିର ସମ୍ମାନ ରଖି ସମସ୍ତ ଦେଶର ଇସ୍କନ ମନ୍ଦିରମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଠାରୁ ଆରମ୍ଭ ହେଉଥିବା ନଅ ଦିନ ମଧ୍ୟରେ ରଥଯାତ୍ରା ପାଳନ ନେଇ ଗଜପତି ମହାରାଜା ଦିଗଦର୍ଶନ ଦେଇଛନ୍ତି ।

ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ଏକ ପ୍ରେସ ବାର୍ତ୍ତା ଯୋଗେ ମିଡ଼ିଆକୁ ଏହି ସୁଚନା ଦେଇଛନ୍ତି।

Comments are closed.