Latest Odisha News

ମୋଦିଙ୍କ ସହ ସାକ୍ଷାତକାର କରିବାକୁ ୪୫ ଘଣ୍ଟାର ଉପବାସ ରଖିଥିଲେ ଲେକ୍ସ ଫ୍ରିଡମ୍ୟାନ

ନୂଆଦିଲ୍ଲୀ: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଆନ୍ତର୍ଜାତୀୟ ପୋଡକାଷ୍ଟରେ ପାଖାପାଖି ତିନି ଘଣ୍ଟା ଧରି ମୋଦିଙ୍କ ସହ ଆଲୋଚନା କରିଥିଲେ ଲେକ୍ସ । ଯେଉଁଥିରେ ମୋଦିଙ୍କ ପିଲାବେଳ କାହାଣୀ ଠାରୁ ଆରମ୍ଭ କରି ରାଜନୀତିର ଅନେକ ପ୍ରଚ୍ଛଦପଟ୍ଟ ଏଥିରେ ବଖାଣିଛନ୍ତି ମୋଦି ।

ହେଲେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଟରଭ୍ୟୁ ନେବା ପାଇଁ ଦୀର୍ଘ ୪୫ ଘଣ୍ଟା ଉପବାସ ରହିଥିଲେ । ମୋଦିଙ୍କ ଆଲୋଚନା ଲେକ୍ସ କହିଥିଲେ, କେବଳ ସଠିକ୍ ମାନସିକତା ପାଇବା ପାଇଁ ମୁଁ ପ୍ରାୟ ଦୁଇ ଦିନ ଧରି ଉପବାସ କରୁଛି । ପ୍ରାୟ ୨ ଦିନ, ୪୫ ଘଣ୍ଟା ହୋଇଗଲାଣି । ଇଣ୍ଟରଭ୍ୟୁ ନେବା ସମୟରେ ମଧ୍ୟ ସେ ଉପବାସରେ ଥିଲେ ବୋଲି ପ୍ରକାଶ କରିଥିଲେ ଲେକ୍ସ । ଯେଉଁଥିରେ ସେ ୪୫ ଘଣ୍ଟା ହେଲାଣି କୌଣସି ଖାଦ୍ୟ ଖାଇନାହାନ୍ତି, କେବଳ ପାଣି ପିଇ ସେ ଏହି ଉପବାସ କରିଥିଲେ । ଯାହାର ପ୍ରତ୍ୟୁତ୍ତରରେ, ପ୍ରଧାନମନ୍ତ୍ରୀ ମୋଦି ହସି ହସି ଫ୍ରିଡମ୍ୟାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଥିଲେ । ଏଥିସହିତ କହିଥିଲେ, ଏହା ଆହୁରି ମଧ୍ୟ ପରିପ୍ରକାଶ କରୁଛି ଯେ, ଆପଣ ମୋ ପ୍ରତି ସମ୍ମାନର ଶ୍ରଦ୍ଧାଞ୍ଜଳି ସ୍ୱରୂପ ଉପବାସ କରୁଛନ୍ତି ।

ଏଥିସହିତ ଉପବାସ ନେଇ ଲେକ୍ସ ପ୍ରଶ୍ନ କରିବାରୁ ଏହାର ଉତ୍ତରରେ ମୋଦି, ଉପବାସ ଅଭ୍ୟାସ କେତେ ପ୍ରାଚୀନ ଏବଂ ଏହା ତାଙ୍କ ଜୀବନକୁ କିପରି ପରିବର୍ତ୍ତନ କରିଛି ତାହା ବ୍ୟାଖ୍ୟା କରିଥିଲେ । ସେ କହିଥିଲେ, ଏହା ତାଙ୍କ କଳ୍ପନା ବାହାରେ ଚିନ୍ତା କରିବାକୁ ସାହାର୍ଯ୍ୟ କରେ, ଏଥିସହିତ ଇନ୍ଦ୍ରିୟକୁ ମଧ୍ୟ ଉଚ୍ଚତର କରିଥିଲା । ଆପଣଙ୍କ ଇନ୍ଦ୍ରିୟଗୁଡ଼ିକ ଅତି ତୀକ୍ଷ୍ଣ, ଅତ୍ୟନ୍ତ ସଚେତନ ଏବଂ ସମ୍ପୂର୍ଣ୍ଣ ଭାବରେ ସ୍ଥିର ହୋଇଯାଏ, ଆପଣଙ୍କ ପର୍ଯ୍ୟବେକ୍ଷଣ ଏବଂ ଅନୁଭବ କରିବାର କ୍ଷମତା ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଯାଏ, ଏହା ନିଜେ ସେ ଅନୁଭବ କରିଛନ୍ତି ବୋଲି କହିଛନ୍ତି ମୋଦି ।

ଏଥିସହିତ ଉପବାସ ପଛରେ ଆଧ୍ୟାତ୍ମିକ ଦର୍ଶନ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ଧାର୍ମିକ ପରମ୍ପରା ପ୍ରକୃତରେ ଜୀବନର ଏକ ଉପାୟ । ଆମର ଶାସ୍ତ୍ରଗୁଡ଼ିକରେ, ମନ, ଆତ୍ମା ​​ଏବଂ ଶରୀର, ବୁଦ୍ଧି ଏବଂ ମାନବତାକୁ ଉନ୍ନତ କରିବା ଉପରେ ଗଭୀର ଆଲୋଚନା ରହିଛି । ସେମାନେ ଏହାକୁ ହାସଲ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ଏବଂ ପରମ୍ପରାକୁ ନୂଆ ରୂପରେଖା ଦିଅନ୍ତି । ଉପବାସ ସେମାନଙ୍କ ମଧ୍ୟରୁ ଗୋଟିଏ । ଏଥିସହିତ ସୁପ୍ରିମକୋର୍ଟ ହିନ୍ଦୁ ଧର୍ମକୁ କେବଳ “ବିଧି କିମ୍ବା ପୂଜା ପଦ୍ଧତି ବିଷୟରେ ନୁହେଁ, ବରଂ ଜୀବନଯାପନର ଏକ ଉପାୟ ଭାବରେ ବିବେଚନା କରିଛନ୍ତି ବୋଲି ପୁଣି ଥରେ କହିଛନ୍ତି ମୋଦି ।

Leave A Reply

Your email address will not be published.