ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଓ ଦିଲ୍ଲୀ ଏଲଜିଙ୍କ ମଧ୍ୟରେ ଥିବା ସମ୍ପର୍କକୁ କିଏ ବା ନ ଜାଣେ । ମଙ୍ଗଳବାର ଏଲଜି ବିନୟ କୁମାର ସକ୍ସେନା ଆପଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ବିଜ୍ଞାପନ ନାମରେ ଆପ ଦଳୀୟ ପ୍ରଚାର କରିଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହୋଇଛି । ୨୦୧୫ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୨୦୧୬ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ୨୦୧୬ ସିସିଆରଜିଏ ଆଦେଶ ପରେ ଏବେ ଏଲଜିଙ୍କ ନିର୍ଦ୍ଦେଶ ଆସିଛି । ଆପ ବାରମ୍ବାର ସରକାରୀ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛି ।
ବେନିୟମ ଭାବେ ବିଜ୍ଞାପନ ଛାପିବା ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି । ୧୫ ଦିନ ମଧ୍ୟରେ ଏହି ଅର୍ଥ ଜମା କରିବାକୁ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ୨୦୧୬ ହାଇକୋର୍ଟଙ୍କ ପକ୍ଷରୁ ଏକ ୩ଜଣିଆ କମିଟି ଏ ନେଇ ଗଠନ କରାଯାଇଥିଲା । ଏହି କମିଟିଙ୍କ ତଦନ୍ତରେ ଆପ ଦୋଷୀ ସାବ୍ୟସ୍ତ ହୋଇଛି ।
Comments are closed.