Latest Odisha News

BREAKING NEWS

ଜେଲରେ କେମିତି ଜୀବନ ହାରିଲା ଗୋବିନ୍ଦ ? ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଜେଲ୍ ଡିଆଇଜିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ ଭିତରେ ଆତ୍ମହତ୍ୟା କରିଛନ୍ତି । ଜେଲରେ କଡ଼ା ସୁରକ୍ଷା ସତ୍ତ୍ୱେ କିଭଳି, କେଉଁ ପରିସ୍ଥିତିରେ ଗୋବିନ୍ଦ ଏକ ଗଛରେ ଗାମୁଛାରେ ଝୁଲି ପଡ଼ିଲେ । ତାହା ସମସ୍ତଙ୍କୁ ଚକିତ କରିଛି ।

ଗୋବିନ୍ଦ ମୃତ୍ୟୁ ସମ୍ପର୍କରେ ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସମ୍ବଲପୁର ପ୍ରିଜନ୍ ଡିଆଇଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ଡିଆଇଜି । ଗୋବିନ୍ଦ ମୃତ୍ୟୁ ମାମଲାର ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ସମ୍ବଲପୁର ପ୍ରିଜନ୍ ରେଞ୍ଜ ଡିଆଇଜି ଅନସୂୟା ଜେନାଙ୍କୁ କୁହାଯାଇଛି ।

ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, ଗୋବିନ୍ଦ ମୃତ୍ୟୁରେ ନିଶ୍ଚିତ ଭାବେ ଜେଲ୍ କର୍ମଚାରୀଙ୍କ ଅବହେଳା ରହିଛି । ଅବହେଳା ନ ହୋଇଥିଲେ ଜୀବନ ଯାଇନଥାନ୍ତା । ରିପୋର୍ଟ ମିଳିଲା ପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଜେଲରେ ଗୋବିନ୍ଦଙ୍କ ମୃତ୍ୟୁ ପରେ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଉଭୟ ଦଳ ସିବିଆଇ ତଦନ୍ତ ଦାବି କରିବା ସହ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଏଥିରେ ଥିବା ଅଭିଯୋଗ କରିଛନ୍ତି ।

ଡିସେମ୍ବର ୧ ତାରିଖରେ ପୋଲିସ ମମିତା ମେହେର ମାମଲାରେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ସହ ଅଧ୍ୟାପକ କୃତି ଚନ୍ଦନଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଥିଲା । ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

Leave A Reply

Your email address will not be published.