Latest Odisha News

BREAKING NEWS

ଚତୁର୍ଥ ଶ୍ରେଣୀ ଛାତ୍ରକୁ ପିଟିପିଟି ଛାତରୁ ଫୋପାଡ଼ିଦେଲା ଶିକ୍ଷକ

ବେଙ୍ଗାଲୁରୁ : କର୍ଣ୍ଣାଟକ ସ୍କୁଲରୁ ଆସିଛି ସଇତାନ ଶିକ୍ଷକଙ୍କ ନୃଶଂସତା । ଛାତ୍ରକୁ ପିଟି ପିଟି ମନ ବୁଝିଲାନି ଯେ ଛାତରୁ ତଳକୁ ଫୋଡ଼ିଦେଲେ ଶିକ୍ଷକ  । ଆଉ ଶେଷରେ ଛାତ୍ରଙ୍କ ଜୀବନ ନେଇଗଲେ ଶିକ୍ଷକ । ଏଭଳି ଘଟଣା କର୍ଣ୍ଣାଟକର ଗଡାଗ ଜିଲ୍ଲା ହାଡଲିନ ଗ୍ରାମର ମଡେଲ ହାୟର ପ୍ରାଇମେରୀ ସ୍କୁଲରେ ଘଟିଛି।

ସୂଚନା ଅନୁଯାୟୀ, ମୃତ ଛାତ୍ର ଜଣକ ହେଉଛନ୍ତି ଭରତ ବାର୍କର। ସେ ଚତୁର୍ଥ ଶ୍ରେଣୀର ଛାତ୍ର । ହତ୍ୟାକାରୀ ଶିକ୍ଷକ ମୁଥାପ୍ପା ଭରତକୁ ମାଡ ମାରିବା ସହିତ ସ୍କୁଲର ପ୍ରଥମ ମହଲା ଛାତରୁ ତଳକୁ ଫିଙ୍ଗିଦେଇଥିଲେ। ଗୁରୁତର ଅବସ୍ଥାରେ ଭରତକୁ ଡାକ୍ତରଖାନା ନିଆଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସବୁଠୁ ବଡ଼ କଥା ହେଉଛି ଭରତଙ୍କ ମା’ ଗୀତା ମଧ୍ୟ ସେହି ସ୍କୁଲର ଶିକ୍ଷୟିତ୍ରୀ । କ୍ରୋଧିତ ଅତିଥି ଶିକ୍ଷକଙ୍କ କବଳରୁ ପୁଅକୁ ବଞ୍ଚାଇବା ପାଇଁ ଗୀତା ମଧ୍ୟ ଉଦ୍ୟମ କରିଥିଲେ ମାତ୍ର ସେ ଏଥିରେ ସଫଳ ହୋଇ ନଥିଲେ। ପୁଅକୁ ରକ୍ଷା କରିବାକୁ ଯାଇ ମା’ ଗୀତା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ଜଣେ ଶିକ୍ଷକ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି।

ଏନେଇ ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ଅଛନ୍ତି । ତେବେ ହତ୍ୟା ପଛରେ ଥିବା କାରଣ ସମ୍ପର୍କରେ କିଛି ଜଣାପଡ଼ି ନ ଥିବା ପୁଲିସ କହିଛି।

Leave A Reply

Your email address will not be published.