Latest Odisha News

BREAKING NEWS

ପାରସ୍ୟ ଉପସାଗରରେ ଲାଇବେରିଆନ୍ ଜାହାଜକୁ ଆକ୍ରମଣ, ୫ଆହତ: ସର୍ବାନନ୍ଦ ସୋନାୱାଲ୍

ବ୍ୟୁରୋ: ପାରସ୍ୟ ଉପସାଗର ଦେଇ ଯାଉଥିବା ଏକ ତୈଳ ଟାଙ୍କର ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି । ଯେଇଁଥିରେ ୬ଜଣ ଭାରତୀୟ ନାବିକ ଥିଲେ । ଲାଇବେରିଆର ପତାକା ବହନ କରୁଥିବା ଏମଟି-ଫୁଜେରା ଏନର୍ଜି ନାମକ ଏକ ବିଶାଳ ଭିଏଲସିସି ଜାହାଜ ନଭେମ୍ବର ୧୦ ତାରିଖରେ ଅଲ ରୁଆଇସରୁ ଦୁବାଇ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲା । ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଆକ୍ରମଣରେ ୪ କର୍ମଚାରୀ ଆହତ ହୋଇଥିବା ବେଳେ ଜାହାଜରେ ଥିବା ୬ ଭାରତୀୟ ନାବିକଙ୍କ ମଧ୍ୟରୁ ଜଣେ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ଆହତ ନାବିକଙ୍କୁ ସଙ୍ଗେ ସଙ୍ଗେ କୂଳକୁ ଆଣି ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି । ସୂଚନା ଅନୁସାରେ ପ୍ରାୟ ୫ଜଣ ଭାରତୀୟ ନାବିକଙ୍କ ସେମତ ଜାହାଜରେ ୧୮ଜଣ କର୍ମଚାରୀ ସୁରକ୍ଷିତ ରହିଛନ୍ତି । ପରିସ୍ଥିତି ଉପରେ କ୍ରାମଗତ ନଜର ରଖାଯାଇଥିବା ମନ୍ତ୍ରୀ କହିଥିବା ବେଳେ ନାବିକଙ୍କ ସୁରକ୍ଷା , ଚିକିତ୍ସା ଓ କଲ୍ୟାଣ ସୁନିଶ୍ଚିତ କରିବାକୁ ଜାହାଜ ପରିଚାଳନା କମ୍ପାନୀ ସହ ନିରନ୍ତର ଯୋଗାଯୋଗରେ ଥିବା ମନ୍ତ୍ରୀ କହିଛନ୍ତି ।

ପଶ୍ଚିମ ଏସିଆରେ ବାଣିଜ୍ୟିକ ଜାହାଜ ଚଳାଚଳ ଏବଂ ଭାରତୀୟ ନାବିକଙ୍କ ସୁରକ୍ଷା ଉପରେ ଚିନ୍ତା ବଢୁଥିବା ବେଳେ ଏହି ଘଟଣା ଘଟିଛି । ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ଯାତ୍ରା କରୁଥିବା ଜାହାଜଗୁଡିକ ବାରମ୍ବାର ଆକ୍ରମଣର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ନଭେମ୍ବର ୩ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଥିଲେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷରେ ଭାରତ ୨୩ଜଣ ନାଗରିକଙ୍କୁ ହରାଇଛି । କୃଷ୍ଣସାଗର ଅଂଚଳରେ ବାଣିଜିକ ଜାହାଜ ଚଳାଚଳକୁ ଟାର୍ଗେଟ କରି ଆକ୍ରମଣରେ ୫ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି, ୨ ଜଣ ନିଖୋଜ ଅଛନ୍ତି ।

Leave A Reply

Your email address will not be published.