ଗଛ ଉପରେ ତିଆରି ହୋଇଛି ସୁନ୍ଦର ଲାଇବ୍ରେରୀ । ଆଉ ସେଠାକୁ ପାଠକୀୟ ରୁଚି ରଖୁଥିବା ଲୋକମାନେ ମଧ୍ୟ ପଢିବାକୁ ଆସୁଛନ୍ତି । ଏହା ପଡିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚୟ । ଏମିତି ଏକ ଅଜବ ଲାଇବ୍ରେରୀ ରହିଛି ଆମେରିକାରେ ।
କୌଣସି ଘର ଭିତରେ ନୁହେଁ, ଘର ବାହାରେ ଶୁଖିଲା ଗଛରେ ରହିଛି ଲାଇବ୍ରେରୀ । ମାନେ ଏହି ଲାଇବ୍ରେରୀରେ ସମସ୍ତ ସୁବିଧା ସୁଯୋଗ ଅଛି, ପାଠକ ବି ଅଛନ୍ତି । କିନ୍ତୁ ଗଛରେ ଲାଇବ୍ରେରୀ ତିଆରି ହୋଇଥିବାରୁ ତାହା ଆସିଛି ଚର୍ଚ୍ଚାକୁ । ଆମେରିକାର ଇଡ଼ାହୋ ରାଜ୍ୟରେ ଜଣେ ଆର୍ଟିଷ୍ଟ ଘର ବାହାରେ ଥିବା ଏକ ଶୁଖିଲା ଗଛରେ ଏହି ଛୋଟ ଲାଇବ୍ରେରୀ ନିର୍ମାଣ କରିଛନ୍ତି । ଏହି ଲାଇବ୍ରେରୀରେ ପିଲାଙ୍କ ଲାଗି ରହିଛି ୭୦ରୁ ଊର୍ଦ୍ଧ୍ୱ ପୁସ୍ତକ । ଏହାସହିତ ବିଭିନ୍ନ ପତ୍ରପତ୍ରିକା,ଉପନ୍ୟାସ ସହିତ ପାଠ୍ୟ ପୁସ୍ତକ ମଧ୍ୟ ଉପଲବ୍ଧ । ଏଭଳି କ୍ରିଏଟିଭ୍ ଉଦ୍ୟମ କରିଥିବା ଏହି ଆର୍ଟିଷ୍ଟଙ୍କ ନାମ ହେଉଛି ଶାରଲେ ଏମିଟଜ ହାୱର୍ଡ଼ । ଏହି ଲାଇବ୍ରେରୀକୁ ଦେଖିଲେ ଆପଣ ତାହା ଭିତରକୁ ଯାଇ ବହି ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ । ଆର୍ଟିଷ୍ଟ ଶାରଲେଙ୍କ କହିବା କଥା ହେଲା, ଏହି ଲାଇବ୍ରେରୀ ନିର୍ମାଣ କରିବା ପାଇଁ ୭୩ ଡ଼ଲାର ବା ୫,୧୩୩ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଲାଇବ୍ରେରୀକୁ ନିଜ ଘର ପଛରେ ଥିବା ୧୦୦ ବର୍ଷର ପୁରୁଣା ଗଛରେ ରଚନାତ୍ମକ ଉପାୟରେ ନିର୍ମାଣ କରିଛନ୍ତି । ସେ ସେଥିରେ ଲାଇବ୍ରେରୀୟାନ ଭାବେ କାମ କରନ୍ତି । ସୋସିଆଲ ମିଡ଼ିଆରେ ପ୍ରଚାର ପୂର୍ବରୁ ଏଭଳି ଏକ ଅଭିନବ ଉଦ୍ୟମ ବାବଦରେ କ୍ୱଚିତ୍ ଲୋକ ଜାଣିଥିଲେ । ହେଲେ ଏହାକୁ ଫେସବୁକରେ ପୋଷ୍ଟ କଲା ପରେ ତାଙ୍କ ଉଦ୍ୟମକୁ ମିଳିଲା ଢେର୍ ପ୍ରଶଂସା । ସୋସିଆଲ ମିଡ଼ିଆରେ ସେ ଲେଖିଛନ୍ତି ଯେ, ଆମ ଘର ବାଡ଼ିରେ ଥିବା ଏକ ବିଶାଳ ଗଛ କାଟିବାକୁ ପଡ଼ୁଥିଲା, ଯାହା ଶହେ ବର୍ଷର ପୁରୁଣା । ସେ ଏହାକୁ ନଷ୍ଟ ନ କରି ତାହାକୁ ଠିକ୍ ଭାବେ ଉପଯୋଗ କରିବାକୁ ମନସ୍ଥ କଲେ । ସେଥିରେ ଏକ ଲାଇବ୍ରେରି କରିବାକୁ ନିଷ୍ପତି ନେଲେ । ସେହି ଗଛକୁ କଟାକଟି କରି ସେଥିରେ ଏକ ଲାଇବ୍ରେରୀ ନିର୍ମାଣ କଲେ । ଏହି ଗଛକୁ କାଟି ଏକ ଆଲମାରି ଆକୃତିର ପ୍ରସ୍ତୁତ କରିଛନ୍ତି । ତାହା ଭିତରେ ଲାଇଟ୍ ଲଗାଇବା ସହ ବାହାରେ ମଧ୍ୟ ଲାଇଟ୍ରେ ସଜ୍ଜିତ କରିଛନ୍ତି, ଯାହା ସ୍ଥାନୀୟ ଲୋକଙ୍କୁ ବହୁତ ପସନ୍ଦ ।
BREAKING NEWS
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
Comments are closed.