Latest Odisha News

BREAKING NEWS

ମରିଗଲା ମାନବିକତା: ପାଳିତ ସନ୍ତାନଙ୍କୁ ଲହୁଲୁହାଣ କରିଦେଲେ ବାପା-ମା’

ଢେଙ୍କାନାଳ : ମରିଗଲା ମାନବିକତା । ନୃଶଂସ ସାଜିଲେ ବାପା ମା’ । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଦୁଇ ଶିଶୁଙ୍କୁ ମାଡ଼ ମାରି ଲହୁଲୁହାଣ କରି ଘର ଓ ଲାଟିନ ରୁମରେ  ତାଲା ପକାଇଲେ ପାଳିତ ପିତାମାତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଡମୋଳ ଗାଁରେ ।

ଯାହା ଏବେ ପରଜଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନିରୀହ ଶିଶୁ ଦୁଇଟିକୁ ଦେଖିଲେ ଯେତେ ବଡ଼ ଶତ୍ରୁ ହେଲେ ବି ହୃଦୟରେ ଦୟା ଆସିବ । ଥରେ ଦେଖନ୍ତୁ ଏ ଦୃଶ୍ୟକୁ  । ଗୋଟିଏ ଶିଶୁ ଜୀବନ ବିକଳରେ ଘର ଭିତରୁ ଡାକ ଦେଉଛି । ଆଉ ନିଜର କଷ୍ଟକୁ ପରିପ୍ରକାଶ କରୁଛି । ସେପଟେ  ଅନ୍ୟ ଗୋଟିଏ ଶିଶୁ ଲାଟିନ ରୁମ ଭିତରେ ରହି ନିଜ କୋହକୁ କହି ପକାଉଛି ।

ସତରେ ଏ ଚିତ୍ର ହିଁ କହିଦେଉଛି କେତେ କଷ୍ଟ ଓ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ଏହି ଦୁଇ ଶିଶୁ । ଦୁଇ ଶିଶୁଙ୍କ ଉପରେ ନିଷ୍ଠୁର ଭାବେ ଅତ୍ୟାଚାର କରିଥିବା ପାଳିତ ପିତାମାତା ହେଉଛନ୍ତି ଡମୋଳ ଗାଁର ଅଜୟ ସାହୁ ଓ ସୁକାନ୍ତି ସାହୁ । ଏହି ଘଟଣା ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଖବର ପାଇବା ପରେ  ଶିଶୁ ଦୁଇଟିଙ୍କୁ ଉଦ୍ଧାର କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ପରଜଙ୍ଗ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁ ଦୁଇଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.