Latest Odisha News

BREAKING NEWS

ଆନ୍ଦୋଳନରତ ୨୯ ଓକିଲଙ୍କ ଲାଇସେନ୍ସ ବାତିଲ କଲା ବାର କାଉନସିଲ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଏବଂ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ସମ୍ବୁଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ କରିଥିଲା। ଏଥିରେ ଅନେକ ଓକିଲ ସାମିଲ ହୋଇଥିଲେ। ଏହି ସମୟରେ ‘ଭଙ୍ଗାରୁଜା ଓ ବିଶୃଙ୍ଖଳା’ ଦେଖା ଦେଇଥିଲା। ଏହାକୁ ନେଇ ବାର କାଉନସିଲ ଅଫ୍ ଇଣ୍ଡିଆ ସୋମବାର ଅନେକ ଓକିଲଙ୍କ ଲାଇସେନ୍ସକୁ ବାତିଲ କରିଛି। ଆନ୍ଦୋଳନରତ ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସକୁ ବାର କାଉନସିଲ ଅଫ୍ ଇଣ୍ଡିଆ ୧୮ ମାସ ପାଇଁ ବାତିଲ କରିଥିବା ସୂଚନା ମିଳିଛି।

ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଜିଲ୍ଲା ବାର ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ନିଲମ୍ବନ କରାଯାଇଛି। ଯେଉଁ ୨୯ ଓକିଲଙ୍କ ଲାଇସେନ୍ସ ରଦ୍ଦ ହୋଇଛି ସେମାନେ ହେଲେ ସୁରେଶ୍ୱର ମିଶ୍ର, ଶିବ ଦିଓ୍ୱାନ, ପ୍ରମୋଦ ସରାଫ, ସତ୍ୟନାରାୟଣ ପୁରୋହିତ, ଶ୍ରୀକାନ୍ତ ପାଣିଗ୍ରାହୀ, ହିମାଂଶୁ ପାଣିଗ୍ରାହୀ, ମହେନ୍ଦ୍ର ବଢ଼େଇ, ଅନୁପ ତରିଆ, ସିଲୁ ମହାପାତ୍ର, ସତ୍ୟନାରାୟଣ ପଣ୍ଡା, ପ୍ରବୀଣ ସିଂଦେଓ, ରବି ପୁଝାରୀ, ସୁରଜ ବିଶ୍ୱାଳ, କ୍ଲୁମଦ୍ରାଲକଣ୍ଚା ମହାନ୍ତି, ନବୀନ ଶତପଥୀ, ସରୋଜ ସାହୁ, ମନୋରଞ୍ଜନ ଦାଶ, ମନୁସ ମିଶ୍ର ଓ ସମୀର ମହାପାତ୍ର, ବନ୍ଦିତା ମିଶ୍ର, ରାଜୀବ ଶତପଥୀ, ବସନ୍ତ ମିଶ୍ର, ମୀନକେତନ ଭୋଇ, ରତନ ଅଗ୍ରଓ୍ବାଲ, ବିଜେତାନ୍ଦ୍ର ପ୍ରଧାନ, ସୁରଞ୍ଜିନି ବାରିକ, ପ୍ରଦୀପ ବୋହିଦାର, ବବୁଲ ପଣ୍ଡା, ମନୋରଞ୍ଜନ ପଣ୍ଡା।

ଉଲ୍ଲେଖଯୋଗ୍ଯ, ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟରେ କହିଥିଲେ ରାଜ୍ୟରେ ପ୍ରତି ଜିଲ୍ଲାରେ ଦାବି ମୁତାବକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିହେବ ନାହିଁ। ତେଣୁ ଆନ୍ଦୋଳନ କରି କୋର୍ଟ କାର୍ଯ୍ୟ ପ୍ରଭାବିତ କରିବା ଠିକ୍ ନୁହେଁ। ଏହାଦ୍ୱାରା ଅନେକ ଲୋକଙ୍କ ନ୍ୟାୟ ପ୍ରକ୍ରିୟା ପ୍ରଭାବିତ ହେଉଛି ବା ବିଳମ୍ବିତ ହେଉଛି। ତେଣୁ ଆଗାମୀ ଦିନରେ ଆନ୍ଦୋଳନ କରି କୋର୍ଟ କାମ ପ୍ରଭାବିତ କଲେ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ କରିବ ବାର କାଉନସିଲ ଅଫ୍ ଇଣ୍ଡିଆ।

Leave A Reply

Your email address will not be published.