Latest Odisha News

BREAKING NEWS

ମନୀଷ ସିସୋଡିଆଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ଖାରଜ ହେଲାନି ମାନହାନି ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ମନୀଷ ସିସୋଡିଆଙ୍କ ଉପରେ ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଦାଏର କରିଥିବା ମାନହାନି ମୋକଦ୍ଦମାକୁ ଖାରଜ କରିବାକୁ ମନା କରି ଦେଇଛନ୍ତି । ଏହା ପରେ ସିସୋଡିଆ ତାଙ୍କ ଆବେଦନ ଫେରାଇ ଆଣିଛନ୍ତି । ସର୍ବସାଧାରଣ ବିତର୍କକୁ ଆପଣମାନେ ଏତେ ତଳକୁ ଖସାଇ ଦିଅନ୍ତୁ ନାହିଁ । ଯଦି ଏହା କରିବେ ତାହାହେଲେ ପରିଣାମୀ ସମ୍ମୁଖୀନ ହେବେ । ଆପଣ ଯଦି ଅଭିଯୋଗ ଆଣୁଛନ୍ତି ତାହାହେଲେ ପ୍ରମାଣ ଦିଅନ୍ତୁ ବୋଲି ବିଚାରପତି ଏସକେ କୌଲ ଏବଂ ଏଏସ ଓକାଙ୍କ ଖଣ୍ଡପୀଠ କହିଛନ୍ତି ।

କୋଭିଡ ମହାମାରୀ ପ୍ରଥମ ଲହର ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ପିପିଇ କିଟ ଯୋଗାଣରେ ଆସାମ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଥିବା ସିସୋଡିଆ ଅଭିଯୋଗ କରିଥିଲେ । ହିମନ୍ତ ଏହା ପରେ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ ।

Leave A Reply

Your email address will not be published.