Latest Odisha News

BREAKING NEWS

ରେସଲର ଭିନେଶ ଫୋଗଟଙ୍କୁ କରୋନା

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭିନେଶଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ଜଣାଇଥିଲେ । ସେପ୍ଟେମ୍ବର ୧ରୁ ଅଲିମ୍ପିକ ପାଇଁ ନ୍ୟାଶନାଲ କ୍ୟାମ୍ପ ଆରମ୍ଭ ହେବ । ଭିନେଶ ଏହି କ୍ୟାମ୍ପରେ ଯୋଗ ଦେବେ ନାହିଁ ବୋଲି ଆଗୁଆ ଘୋଷଣା କରିଥିଲେ ।

ସୋନପତରେ ତାଙ୍କ ସାମ୍ପୁଲ ଟେଷ୍ଟ ପାଇଁ ନିଆ ଯାଇଥିଲା । ମୁଁ ସୁସ୍ଥ ଅଛି ଆଶା କରୁଛି ଖୁବ୍ ଶୀଘ୍ର ଭଲ ହୋଇ ଟ୍ରେନିଂ ଆରମ୍ଭ କରିବି । ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ଦରକାର ବୋଲି ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ଭିନେଶ କହିଛନ୍ତି ।

Leave A Reply

Your email address will not be published.