Latest Odisha News

BREAKING NEWS

ଉମେଶ ପାଲ୍ ଅପହରଣ ମାମଲାରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଆଜୀବନ ସଜ୍ଜା

ପ୍ରୟାଗରାଜ: ୨୦୦୬ ଉମେଶ ପାଲ୍ ଅପହରଣ ମାମଲାରେ ୟୁପିର ଗ୍ୟାଙ୍ଗଷ୍ଟର ଅତିକ ଅହମଦ, ଦିନେସ ପାସୀ ଓ ସୌଲତ ହନିଫକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଏମପି/ଏମଏଲ୍ଏ ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୩ ଅଭିଯୁକ୍ତଙ୍କୁ ୧ ଲକ୍ଷ ଲେଖାଏ ଜରିମାନା କରିଛନ୍ତି କୋର୍ଟ ।

ଅତିକର ଭାଇ ଅଶରଫ ଉର୍ଫ ଖଲିଦ ଅଜିମ ସହିତ ୭ ଜଣଙ୍କୁ ଅଦାଲତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅତିକ ଓ ଅଶରଫଙ୍କୁ କୋର୍ଟରେ ହାଜର କରାଯାଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ପୋଲିସ । ସୋମବାର ଦୁଇ ଭାଇ ଅତିକ ଓ ଅଶରଫଙ୍କୁ ଅଲଗା ଅଲଗା ଜେଲରୁ ପ୍ରୟାଗରାଜ ଅଣା ଯାଇଥିଲା ।

୨୦୦୫ରେ ବିଏସପିର ତତ୍କାଳୀନ ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡ ମାମଲାର ସାକ୍ଷୀ ଉମେଶ ପାଲ ଅପହରଣ ମାମଲାରେ କୋର୍ଟ ସମସ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉମେଶ ପାଲଙ୍କୁ ୨୦୦୬ରେ ଅପହରଣ ହୋଇଥିବା ବେଳେ ୨୦୦୭ରେ ଅତିକ, ତାର ଭାଇ ଅଶରଫ ଓ ୪ ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ହୋଇଥିଲା ।

କୁଲପୁରର ପୂର୍ବତନ ସାଂସଦ ତଥା ସମାଜବାଦୀ ପାର୍ଟିର ନେତା ଅତିକ ଅହମଦକୁ ୨୦୧୯ ଜୁନରେ ଗୁଜରାଟର ସାବରମତି କେନ୍ଦ୍ରୀୟ କାରାଗାରକୁ ସ୍ଥାନାନ୍ତରିତ କରାଯାଇଥିଲା । ୟୁପିରେ ଜେଲରେ ଥିବା ବେଳେ ଅତିକ ଉପରେ ରିଅଲ ଇଷ୍ଟେଟ ବ୍ୟବସାୟୀ ମୋହିତ ଜୟସୱାଲ୍ ଅପହରଣ ଓ ମାରପିଟ୍ ଅଭିଯୋଗ ହେବା ପରେ ଅତିକକୁ ସାବରମତି ଜେଲକୁ ପଠା ଯାଇଥିଲା ।

Leave A Reply

Your email address will not be published.