ପୁରୀ: ପୁରୀ ବେଳାଭୂମିରେ ପୁଣି ଅଘଟଣ । ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ପର୍ଯ୍ୟଟକ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ଧୀରେ ଧୀରେ ସେ ସମୁଦ୍ର ଭିତରକୁ ଚାଲି ଯାଉଥିବାର ଦେଖିଥିଲେ ବେଳାଭୂମିରେ ଥିବା ଲାଇଫ ଗାର୍ଡ। ସମୟ ବିଳମ୍ବ ନକରି ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।
ଉଦ୍ଧାର ହୋଇଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ସତ୍ୟ ପ୍ରକାଶ ମହାନ୍ତି । ସେ ଯାଜପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି।
ସୂଚନୁସାରେ ସତ୍ୟ ପ୍ରକାଶ ଦିଗବାରେଣି ଖୁଣ୍ଟି ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିଲେ। କୌଣସି କାରଣରୁ ସମୁଦ୍ର ଜଳ ରାଶି ଭିତରକୁ ସେ ଧୀରେଧୀରେ ଭାସି ଯାଇ ଥିଲେ। ସେଠାରେ ମୁତୟନ ଥିବା ଏ.ମାଧବରାଓ ଏବଂ ବାବୁଲା ବେହେରା ନାମକ ଦୁଇ ଲାଇଫ ଗାର୍ଡ ସଂଗେ ସଙ୍ଗେ ପାଣି ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ।
ତେବେ ସମୁଦ୍ର ସ୍ନାନ ବେଳେ ସତର୍କତା ଅବଲମ୍ବନ କରିବକୁ ବାରମ୍ବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଥିବା ବେଳେ ଅନେକ ପର୍ଯ୍ୟଟକ ଏହାକୁ ମାନୁ ନାହାନ୍ତି। ଫଳରେ ଅନେକ ନିରୀହ ପର୍ଯ୍ୟଟକ ସମୁଦ୍ର ରେ ବୁଡି ପ୍ରାଣ ହରାଉଛନ୍ତି। ନୂଆ ବର୍ଷ ଉପଲକ୍ଷେ ପୂରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥୁବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥେଷ୍ଟ ସଂଖ୍ୟାରେ ସମୁଦ୍ର ବେଳାଭୂମି ଲାଇଫ ଗାର୍ଡ ମୁତୟନ ମଧ୍ୟ କରାଯାଇଛି।
Comments are closed.