Latest Odisha News

BREAKING NEWS

ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ଆଜି ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: କରୋନା କାଳରେ କେବେ ହେବ ଚଳିତବର୍ଷର ସିବିଏଶଇ ବୋର୍ଡ ପରୀକ୍ଷା । ଆଜି ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ହେବ । ପୂର୍ବରୁ ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ । ଆଜି ଦିନ ୧୧ଟାରେ ସେ ସୋସିଆଲି ମିଡିଆରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଆଲୋଚନା କରିବେ ।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଅଭିଭାବକମାନଙ୍କର ଚିନ୍ତା ଦୂର କରିବା ନିଷ୍ପତ୍ତି ସରକାର ନେବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ । ତେବେ ଅନଲାଇନ ବଦଳରେ ଅଫଲାଇନ୍ ପରୀକ୍ଷା କରିବା ସପକ୍ଷରେ ଅଛନ୍ତି ସରକାର । କରୋନା ଯୋଗୁ ଦେଶରେ ସ୍କୁଲ କଲେଜ ବନ୍ଦ ରହିଛି । ଅନଲାଇନରେ ଚାଲିଛି ପାଠପଢ଼ା । ଏଭଳି ସ୍ଥିତିରେ ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

Leave A Reply

Your email address will not be published.