Latest Odisha News

BREAKING NEWS

ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍: ୧୯ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମୋହନା : ଗଜପତି ଜିଲ୍ଲାରେ ପ୍ରାୟ ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ସୂଚନାନୁସାରେ, ପ୍ରାୟ ୯୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୯ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମୋହନା ଥାନା ମଧୁରଆମ୍ବ ଗାଁ ନିକଟସ୍ଥ କଳାମେରି ମୌଜାରେ ଗଞ୍ଜେଇ ଚାଷ ହେଉଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ । ଏଠାରେ ଚଢ଼ାଉ କରି ଏହି ଗଞ୍ଜେଇ ଗଛ ଗୁଡିକୁ କାଟିବା ସହ ପୋଡି ନଷ୍ଟ କରାଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ରାଜ୍ୟ ସମେତ ଗଜପତି ଜିଲ୍ଲାରେ ଏହି ଗ୍ରୀନ କ୍ଲିନ ଅଭିଯାନ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୪ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ଗଜପତି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.