Latest Odisha News

BREAKING NEWS

ଶୀତ ବଢାଉଛି କୋହଲା ପାଗ, ଜାରି ରହିଛି ଝିପଝିପ ବର୍ଷା

ଭୁବନେଶ୍ଵର: ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଗତକାଲି ଠାରୁ ଆରମ୍ଭ ହୋଇଛି ଝିପଝିପ ବର୍ଷା । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱର ରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା । ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରିଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗିରହିଛି ବର୍ଷା ।

ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ତାରିଖ ଯାଏଁ ରହୁଥିବାରୁ, ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.