Latest Odisha News

BREAKING NEWS

ଆସନ୍ତା ତିନି ଘଣ୍ଟା ପାଇଁ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭବନେଶ୍ୱର: ଆସନ୍ତା ତିନି ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟ ଭିତରେ  ରାଜ୍ୟର ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି   । ଏହି ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦ୍ରାପଡା,ଜଗତସିଂହପୁର  ପୁରୀ, ଅନଗୁଳ, ଢେଙ୍କାନାଳ କଟକ ଓ ନୟାଗଡ ।

ଏହି ସମୟ ଭିତରେ ଘଡଘଡି ସହ ବିଜୁଳି ମାରିବାର ସମ୍ଭାବନା ରହିଛି । ତେଣୁ ପାଣିପାଗକୁ ଦୃଷ୍ଟିରେ ରଖି ସତର୍କତାର ସହ   ବାହାରକୁ  ବାହାରିବା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି,  ଦୁର୍ବଳ ମୌସୁମୀ ପ୍ରବାହ ହେତୁ ରାଜ୍ୟରେ ବର୍ଷାର ମାତ୍ରା କମିଥିବା ବେଳେ ତାପମାତ୍ରା ସାମାନ୍ୟ ବଢିଛି । ଉଚ୍ଚ ଆଦ୍ରତାର ଉପସ୍ଥିତି ଗୁଳୁଗୁଳିକୁ ପ୍ରଶମିତ କରୁଛି ।

ପୂର୍ବ-ପଶ୍ଚିମ ନିମ୍ନ-ଚାପ ରେଖା ପଞ୍ଜାବରୁ ମଣିପୁର ଯାଏଁ ଲମ୍ବିଥିବା ବେଳେ, ଏହାର ଅବସ୍ଥାନ ପୂର୍ବ ଭାଗରେ ହିମାଳୟ ପାଦଦେଶ ନିକଟରେ ରହିଛି  । ଏହି ନିମ୍ନ ଚାପ ରେଖା ଓଡିଶା ଠାରୁ ଯଥେଷ୍ଟ ଉତ୍ତରରେ ଥିବାରୁ  ରାଜ୍ୟରେ ଗତ ୩ ଦିନ ଧରି ମୌସୁମୀ ବର୍ଷା କମିବା ସହ ବର୍ତ୍ତମାନ ରାଜ୍ୟ ଉପରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି  ।

ରାଜ୍ୟରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା ପାରାଦ୍ୱୀପରେ ସର୍ବାଧିକ ୮୧% ପୁରୀ ଥିବାବେଳେ ୭୮% ବାଲେଶ୍ୱରରେ ୭୫% ଗୋପାଳପୁରରେ ୭୫%,  ଚାନ୍ଦବାଲିରେ ୭୨%,  କେନ୍ଦୁଝରରେ ୬୭%,  ସମ୍ବଲପୁରରେ ୫୮%,  ହୀରାକୁଦରେ ୫୭%,  ଝାରସୁଗୁଡାରେ ୫୭% ଏବଂ ଭୁବନେଶ୍ୱରରେ  ୫୭% ରହିଛି ।

ଅନ୍ୟପକ୍ଷେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଭୁବନେଶ୍ୱରରେ ସର୍ବାଧିକ ୩୬.୬ ଡ଼ିଗ୍ରୀ ଥିବାବେଳେ ଚାନ୍ଦବାଲିରେ ୩୬, ସମ୍ବଲପୁରରେ ୩୫, ହୀରାକୁଦରେ ୩୪.୪, ଝାରସୁଗୁଡାରେ ୩୪.୪, ପୁରୀରେ ୩୩.୬,  ପାରାଦ୍ୱୀପରେ ୩୨.୮ , ଗୋପାଳପୁରରେ ୩୨.୮, ବାଲେଶ୍ୱରରେ ୩୨.୬  ଏବଂ କେନ୍ଦୁଝର: ୩୧.୪ ଡ଼ିଗ୍ରୀ ସେଲସିୟସ ରହିଛି ।

Comments are closed.